ଗାଁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ

ସାନଖେମୁଣ୍ଡି: ଗାଁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ବୃନ୍ଦାବପୁର ଗାଁ ପାଖ ଜଙ୍ଗଲରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଛି ମୃତଦେହ । ହତ୍ୟା ସନ୍ଦେହ ଅଭିଯୋଗ ପରେ ପାଟପୁର ପୋଲିସର ତଦନ୍ତ ଆରମ୍ଭ ।
ଖବର ଅନୁଯାୟୀ, ଶନିବାରଠୁ ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗାଁର ସନାତନ ନାଇକଙ୍କ ୨୦ ବର୍ଷୀୟ ପୁଅ ଅନୀଲ ନାଇକ୍ ଛେଳି ଚରାଇବାକୁ ଯାଇଥିଲା । ହେଲେ ତାପର ଠାରୁ ଅନୀଲଙ୍କ କୌଣସି ପତ୍ତା ମିଳିଥିଲା । ଶେଷରେ ରବିବାର ଦିନ ଗାଁ ପାଖ ଜଙ୍ଗଲରେ ତାଙ୍କର ମୃତଦେହ ପଡିଥିବା ଖବର ପରିବାର ଲୋକେ ପାଇଥିଲେ ।
ଏହାପରେ ପରିବାର ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ଘଟଣାରେ ଅଧିକ ତଦନ୍ତ ଲାଗି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଆସୁଥିବା ସୂଚନା ମିଳିଛି ।