ପଞ୍ଜାବୀ-କାନାଡିୟ ର‍୍ୟାପର ଶୁବନିତ ସିଂଙ୍କ ଅନୁଗାମୀ କମିଛନ୍ତି : ମିଛ ଖବର

SUBNIT SINGH RAPPER

Sep 28, 2023 - 03:40
 6
ପଞ୍ଜାବୀ-କାନାଡିୟ  ର‍୍ୟାପର ଶୁବନିତ ସିଂଙ୍କ ଅନୁଗାମୀ କମିଛନ୍ତି : ମିଛ ଖବର

ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଭିତରେ ପଞ୍ଜାବୀ-କାନାଡିୟ ଗାୟକ ଶୁବନୀତ ସିଂ (ଓକେ ଶୁଭ) ଙ୍କ ବିରୋଧରେ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ ପାଇବା ପରେ, ନିକଟରେ ଜଣେ ବ୍ୟକ୍ତି ନିଜ ଟୁଇଟ୍‌ର ଆକାଉଣ୍ଟରେ ଏକ ଗାୟକଙ୍କର ସାମାଜିକ ଗଣମାଧ୍ୟମ ଫଲୋମାନଙ୍କ ସମ୍ପର୍କରେ ଏକ ସ୍କ୍ରିନ୍‌ ସର୍ଟ ଶେଆର କରିଥିଲେ । ଏହି ସ୍କ୍ରିନ୍‌ ସଟ୍‌ରେ ଶୁବନୀତ ସିଂଙ୍କ ପ୍ରଶଂସକ ବା ଅନୁଗାମୀମାନଙ୍କର ସଂଖା ହଠାତ୍‌ ୪୦ ଲକ୍ଷରୁ ୧୧ ଲକ୍ଷକୁ ହ୍ରାସ ପାଇଛି ବୋଲି ପୋଷ୍ଟ ଶେଆର କରିଥିଲେ । ଏହି ପୋଷ୍ଟ ଶେଆର ହେବା ମାତ୍ରେ ଭାଇରାଲ ହୋଇଯାଇଥିଲା । ତେବେ ଏହାର ଅନୁସନ୍ଧାନରୁ ଜଣାପଡିଛି ଯେ, ଶୁଭନୀତଙ୍କ ଇନଷ୍ଟାଗ୍ରାମ ଅନୁଗାମୀମାନଙ୍କ ସଂଖ୍ୟାରେ କୌଣସି ହ୍ରାସ ଘଟି ନାହିଁ । ଏହି ଦାବୀ ସମ୍ପୂର୍ଣ୍ଣ ମିଥ୍ୟା ଏବଂ କେହି ଜଣେ ଏଡିଟ୍‌ କରି ଏହି ସୂଚନାକୁ ସାମାଜିକ ଗଣମାଧ୍ୟମରେ ଛାଡିଛି । ଶୁବନୀତଙ୍କୁ କେତେକ ଲୋକ ଖାଲିସ୍ତାନୀ  ସମର୍ଥକ ବୋଲି ଅଭିଯୋଗ କରିବା ପରେ ଚିଳତ ମାସରେ ଭାରତରେ ହେବାକୁ ଯାଉଥିବା ତାଙ୍କର ଶୋ ‘ଷ୍ଟିଲ୍‌ ରୋଲିନ୍‌ ଟୁ ଫର୍‌ ଇଣ୍ଡିଆ’ କୁ ବାତିଲ କରିଦିଆଯାଇଥିଲା ଏବଂ ବୁକ୍‌ ମାଇ ଶୋ ଏକ ସପ୍ତାହ ମଧ୍ୟରେ ଟିକେଟ ବୁକିଂ ବାବଦ ଅର୍ଥ ଫେରାଇ ଦେଇଥିଲା ।