ଯୁବରାଜ ମେହେଟ୍ଟା କିଟ ଆଲୁମିନି ଆସୋସିଏସନର ସଭାପତି ଭାବେ ନିର୍ବାଚିତ I

ନବୀନ ଓଡିଶା ବ୍ଯୂର :ଭୁବନେଶ୍ୱର:୧୯୯୫ ବ୍ୟାଚର କିଟ୍ ଛାତ୍ର ଯୁବାରାଜ ମେହେଟ୍ଟା କିଟ୍ ଆଲୁମିନି ଆସୋସିଏସନ କେଆଇଆଇଟିଏଏ(କିଟା)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ସଭାପତି ଭାବେ ଆସନ୍ତା ୨ ବର୍ଷ ( ୨୦୨୪-୨୬) ପାଇଁ କାର୍ଯ୍ୟ କରିବେ । ଏହି ଆସୋସିଏସନ ସମଗ୍ର ବିଶ୍ୱରେ କିଟ୍ ବିଶ୍ୱବିଦ୍ୟାଳୟ ସ୍ନାତକମାନଙ୍କ ସ୍ୱାର୍ଥକୁ ପ୍ରତିନିଧିତ୍ୱ କରେ । ଯୁବରାଜ ହେଉଛନ୍ତି ଷ୍ଟ୍ରାଟ୍ରାଇଜ କନଷଲଟିଂର ପ୍ରତିଷ୍ଠାତା ଏବଂ ସିଇଓ ଅଟନ୍ତି । ଏହି ସଂସ୍ଥା ଷ୍ଟାଟେଜିକ୍ ଯୋଗାଯୋଗ, ପ୍ରତିଷ୍ଠା୍ ପରିଚାଳନା, ବ୍ରାଣ୍ଡ୍ ପରିଚାଳନା ଏବଂ ଇଏସଜି ଉପରେ ଗୁରୁତ୍ୱ ଦେଇଥାଏ । ତାଙ୍କର ଉଦ୍ୟୋଗ ଯାତ୍ରା ପୂର୍ବରୁ ସେ କିଟ୍ ସ୍କୁଲ ଅଫ ମ୍ୟାନେଜମେଌକ୍ଷଗ୍ଧ; ବୋର୍ଡ ଅଫ ଷ୍ଟଡ଼ିସର ସଦସ୍ୟ ରହିସାରିଛନ୍ତି ।
ସେ ଏଲଆଣ୍ଡଟି, ସାମସଙ୍ଗ, ରିଲାଏନ୍ସ, ଇନଫ୍ରା, ଜିଏମଆର ଇତ୍ୟାଦି ଅଗ୍ରଣୀ ବହୁରାଷ୍ଟ୍ରୀୟ କମ୍ପାନୀର ଯୋଗାଯୋଗ ଏବଂ ବ୍ରାଣ୍ଡ୍ ପରିଚାଳନା ବିଭାଗର ନେତୃତ୍ୱ ନେଇଥିଲେ । ତାଙ୍କର କିଛି ଯୋଗାଯୋଗଭିତ୍ତିକ କାର୍ଯ୍ୟ ବର୍ତ୍ତମାନ ଅହମ୍ମଦାବାଦର ଆଇଆଇଏମ ଏବଂ ହାଭାର୍ଡ଼ ବିଜନେସ ସ୍କୁଲ କେସ ଅଧ୍ୟୟନର ଏକ ଅଂଶ ଅଟେ ।ସଭାପତି ଭାବେ ନିର୍ବାଚିତ ହେବା ପରେ ନିଜ ଖୁସି ବ୍ୟକ୍ତ କରି ଯୁବରାଜ କହିଛନ୍ତି ଯେ, କେଆଇଆଇଟିଏଏ(କିଟା)ର ସଭାପତି ଭାବେ ମନୋନୀତ ହୋଇଥିବାରୁ ମୁଁ ଗର୍ବିତ ।
ଏକ ଆଲୁମିନି ଆସୋସିଏସନ ଭାବରେ ଆମର ଅବିଶ୍ୱସନୀୟ ଅଭିଜ୍ଞତା ରହିଛି । ଏବଂ ମୁଁ ବିଶ୍ୱବିଦ୍ୟାଳୟ ସହିତ ଜଡ଼ିତ ରହି ଏହି କ୍ଷେତ୍ରରେ ନିଜର ଅଭିଜ୍ଞତାକୁ ନେଇ ଲକ୍ଷ୍ୟସ୍ଥଳ ଆଡ଼କୁ ଅଗ୍ରସର ହେବି । ଆସୋସିଏସନ ନା କେବଳ ଆଲୁମିନିମାନଙ୍କୁ ସେମାନଙ୍କ ବୃତ୍ତିଗତ ତଥାସାମାଜିକ ଲକ୍ଷ୍ୟ ହାସଲ କରିବାରେ ସାହାର୍ଯ୍ୟ କରିବ ତା’ ନୁହେଁ ବରଂ ଏକାଡେମିକ, ଅନୁସନ୍ଧାନ, ପ୍ରସାରଣ ଏବଂ ନବସୃଜନ କ୍ଷେତ୍ରରେ ବିଶ୍ୱନେତୃତ୍ୱ ଅଗ୍ରଣୀ ଅନୁଷ୍ଠାନ ମଧ୍ୟରେ ମାନ୍ୟତା ପାଇବା ପାଇଁ ବିଶ୍ୱବିଦ୍ୟାଳୟର ଦୃଷ୍ଟିକୋଣରେ ମଧ୍ୟ ସହାୟକ ହେବ । ନୂତନ ଭାବେ ନିର୍ବାଚିତ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟମାନେ ହେଉଛନ୍ତି ଆକାଶ ଜେଶୱାଲ(ଏମବିଏ୨୦୨୨) ପ୍ରତିଷ୍ଠାତା ତଥା ସିଇଓ ୱୁବଲ: ଗୌରବ ଉଦଗାତା (ଏମ.ଟେକ୍ ୨୦୧୬), ଆସିଷ୍ଟାଣ୍ଟ; ପ୍ରଫେସର, ସିଭିଲ ଇଞ୍ଜିନିୟର, କିଟ୍, ସଂଗୀତା ସାହୁ (ପିଏଚଡ଼ି ୨୦୨୧), ସିନିୟର ପ୍ରୋଜେକ୍ଟ ମ୍ୟାନେଜର, ଇନଷ୍ଟାସେଫ: ଦେବୀ ପ୍ରସାଦ ଦାସ (ବି.ଟେକ
୨୦୦୫) ସିଏଚଆରଓ, ଆପୋଲୋ ହେଲଥ ଆଣ୍ଡ ଲାଇଫଷ୍ଟାଇଲ: ଶକ୍ତିପ୍ରସାଦ ତ୍ରିପାଠୀ (ବି.ଟେକ ୨୦୦୬), ଟିସିଏସ ବନ୍ଦିତା ସାହୁ(ବିଟେକ ୨୦୧୨), ଆଡଭାଇଜାରୀ ମ୍ୟାନେଜର ପିଡବ୍ଲ୍ୟୁସି ଆଣ୍ଡ ସିକନ୍ଦର ଆଲାରାମ (ବିଟେକ ୨୦୦୧)