ପାଣ୍ଡିଆନଙ୍କୁ ଧମକାଇଥିଲେ ଶାହ: ଜୟନାରାୟଣ

Oct 10, 2023 - 08:21
 11
ପାଣ୍ଡିଆନଙ୍କୁ ଧମକାଇଥିଲେ ଶାହ: ଜୟନାରାୟଣ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ୫-ଟି ସଚିବଙ୍କ ଭୂମିକାକୁ ନେଇ ବିରୋଧୀ ସବୁବେଳେ ପ୍ରଶ୍ନ ଉଠାଉଛନ୍ତି । ସରକାରୀ ପଦବୀରେ ରହି ରାଜନେତାଙ୍କ ଭଳି ଭେ.କେ ପାଣ୍ଡିଆନ ଆଚରଣ କରୁଥିବା ବିରୋଧୀ ଅଭିଯୋଗ କରିଆସୁଥିବାବେଳେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ଭୁବନେଶ୍ୱରର ଏକ ହୋଟେଲରେ ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ମଧ୍ୟରେ ଆଲୋଚନା ପ୍ରସଙ୍ଗର ଖୁଲାସା କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । 

ଶ୍ରୀ ମିଶ୍ର କହିଛନ୍ତି ଯେ ଅମିତ ଶାହା ହୋଟେଲରେ ଭି.କେ ପାଣ୍ଡିଆନଙ୍କୁ ଧମକାଇଥିଲେ । କାହିଁକି ଆଗୁଆ ନିର୍ବାଚନ କରିବ ବୋଲି ଅମିତ ଶାହା ତାଙ୍କୁ ପ୍ରଶ୍ନ କରିଥିଲେ । ବିଧାନସଭା ଭାଙ୍ଗିବା ଅଧିକାର ନାହିଁଁ ବୋଲି ଅମିତ ଶାହା ଶ୍ରୀ ପାଣ୍ଡିଆନଙ୍କୁ ସଫା ସଫା ଶୁଣାଇଥିଲେ । ନଚେତ ଆମେ ରାଷ୍ଟ୍ରପତି ଶାସନ ଲାଗୁ କରିବୁ ବୋଲି ଅମିତ ଶାହା ଧମକ ଦେଇଥିଲେ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ।