ତାରାଙ୍କ ଆକାଉଣ୍ଟରୁ ଗାଏବ ୪ଲକ୍ଷ୍ୟ

Oct 10, 2023 - 07:34
 9
ତାରାଙ୍କ ଆକାଉଣ୍ଟରୁ ଗାଏବ ୪ଲକ୍ଷ୍ୟ

ଭୁବନେଶ୍ୱର: ସାଇବର ଠକଙ୍କ ଲୁଟର ଶିକାର ହୋଇଛନ୍ତି କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।ଗତ ଦୁଇମାସ ତଳେ ଏପରି ଠକାମୀର ଶିକାର ହୋଇ ଆକାଉଣ୍ଟରୁ ୪ ଲକ୍ଷ ଗାଏବ ହୋଇ ଯାଇଥିବା ନିଜେ ବିଧାୟକ ବଖାଣିଛନ୍ତି। ଏନେଇ ତାଙ୍କ ପରିବାର ପକ୍ଷରୁ ସାଇବର ଥାନାରେ ମାମଲା କରିବା ପରେ ଠକ୍‌ମାନେ ବିହାରରୁ ଗିରଫ ହୋଇ ଜେଲରେ ଥିବା ଏକ ସାଧାରଣ ସଭାରେ କହିଛନ୍ତି ବିଧାୟକ ବାହିନୀପତି । ସାରା ରାଜ୍ୟରେ ଏବେ ସାଇବର କ୍ରାଇମ୍ ଓ ଫ୍ରଡ୍‌କୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି। ସେହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ପୁଲିସ ପକ୍ଷରୁ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସଚେତନତା ସଭାରେ ବିଧାୟକ ଉପସ୍ଥିତ ଦର୍ଶକଙ୍କୁ ନିଜର ଅଭିଜ୍ଞତା ଶୁଣାଇଛନ୍ତି । ଏହି ସଭାରେ ବିଧାୟକ ବାହିନୀପତି କହିଛନ୍ତି, ଘର କାମ ପାଇଁ ସିମେଣ୍ଟ ଆଣିବାକୁ ବୁଝାବୁଝି କରୁଥିଲି। କିଛି ଦିନ ପରେ ଜଣେ ବ୍ୟକ୍ତି ଫୋନ୍‌ କରି ଶସ୍ତାରେ ସିମେଣ୍ଟ ଦେବ ବୋଲି କହିଥିଲା। ଏହାପରେ ମୋ’ ଭାଇ ସହ କଥା ହୋଇ ଆକାଉଣ୍ଟ ନମ୍ବର ନେଇଥିବା ବେଳେ ମୋର ୪ ଲକ୍ଷ ପଳାଇଲା। ତା’ ପର ଦିନ ଟଙ୍କା ଉଠାଇବାକୁ ଯିବା ବେଳକୁ ଆକାଉଣ୍ଟ ଖାଲି। ଏନେଇ ମୋ’ ଭାଇ ଥାନାରେ ଅଭିଯୋଗ କଲା। ଏହାପରେ ପୁଲିସ୍‌ ବିହାର ଯାଇ ଉକ୍ତ ଠକମାନଙ୍କୁ ଧରିଲା। ଏହି ଘଟଣାକୁ ଯୋଗୁ ନିଜକୁ ଲଜ୍ଜିତ ଅନୁଭବ କରୁଥିବାରୁ ଏଯାଏ ଚୁପ୍‌ ରହିଥିଲି। କିନ୍ତୁ ଏହାଦ୍ୱାରା ଯେପରି ଭାବେ ସମସ୍ତେ ସଚେତନ ଓ ସତର୍କ ହେବେ, ସେଥିପାଇଁ ଏହି କଥା ବଖାଣୁଛି ବୋଲି ସେ କହିଛନ୍ତି।