ଡେରାସରେ ଜମି ଦୁର୍ନୀତି ବିରୋଧରେ ଅପରାଜିତାଙ୍କ ଜନ ସମାବେଶ

ଭୁବନେଶ୍ବର: ଡେରାସରେ ଜମି ଦୁର୍ନୀତି ବିରୋଧରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜନ ସମାବେଶ କରିଥିଲେ। ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍ଆଇପି)ରୁ ଅବରୋଧ ହୋଇଥିବା ଜମି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବା ପରେ ସେଠାରେଏକ ସଭାର ଆୟୋଜନ ହୋଇଥିଲା।
ସାଂସଦ କହିଥିଲେ କି, ଡେରାସ ଅଞ୍ଚଳର କିଛି ଚାଷୀ ଅଭିଯୋଗ କରିଥିଲେ କି ତ୍ରିବେଣୀ ଗ୍ରୁପର କିରୁଥିକା ପ୍ରଭାକରନ୍ ଡେରାସ ଏମ୍ଆଇପି କେନାଲ୍କୁ ତାରବାଡ଼ ଘେରାଉ କରି ରଖିଥିବାରୁ ଚାଷ ଜମିକୁ ପାଣି ଯାଇପାରୁ ନାହିଁ। କେନାଲ୍ ସହ ସେହି ଜମିରେ ସରକାରୀ ଅନାବାଦୀ, ବେସରକାରୀ ଓ ଠାକୁରଙ୍କ ଜମି ରହିଥିବା ନେଇ ଅଭିଯୋଗ ମିଳିବା ପରେ ଏ ନେଇ ମୁଖ୍ୟମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳ, ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖାଯାଇଥିଲା