ଗ୍ୟାସ ଦର ହ୍ରାସ ନିର୍ବାଚନ ପାଇଁ ଲୋକ ଦେଖାଣିଆ କାର୍ୟ୍ୟ:ସୁର ରାଉତରାୟ

ଭୁବନେଶ୍ବର: ରକ୍ଷା ବନ୍ଧନ ଅବସରରେ ଗ୍ୟାସ ଦର ହ୍ରାସ କରି ମହିଳା ଗୃହିଣୀମାନଙ୍କୁ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନିର୍ଦ୍ଧାରିତ ମୂଲ୍ୟଠାରୁ ୨୦୦ ଟଙ୍କା ହ୍ରାସ କରାଯାଇଛି । ଉଜ୍ବଳା ହିତାଧିକାରୀ ପୂର୍ବରୁ ୨୦୦ ଟଙ୍କା ସବ୍ସିଡି ପାଉଥିବାବେଳେ ବର୍ତ୍ତମାନ ସିଲିଣ୍ଡର ପିଛା ୪୦୦ ଟଙ୍କାର ସବ୍ସିଡି ପାଇବେ । ତେବେ ନିର୍ବାଚନ ପୂର୍ବରୁ ବିଜେପି ଏହି ମାଷ୍ଟର ଷ୍ଟ୍ରୋକ ଖେଳିଛି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ମୋଦି ସରକାର ଏଲ୍ପିଜି ସିଲିଣ୍ଡର ଦର ହ୍ରାସ କରି ପୁଣି ଲୋକଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ ଆରମ୍ଭ କରିଥିବା କଂଗ୍ରେସ ମଧ୍ୟ ଅଭିଯୋଗ କରିଛି । ହେଲେ ଏଥିରେ ବିଜେପି ସଫଳ ହେବ ନାହିଁ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି ।
କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ପ୍ରଧାନମନ୍ତ୍ରୀ କହିଥିଲେ ମହିଳାମାନଙ୍କ ପାଇଁ ମାଗଣାରେ ଉଜ୍ବଳା ଗ୍ୟାସ ଦେବେ । ମହିଳାମାନେ କେତେ ହଇରାଣ ହେଉଛନ୍ତି । ୫୦୦ ଟଙ୍କା କମ କରିଥିଲେ ଭଲ ହୋଇଥାନ୍ତା । ହେଲେ ୨୦୦ ଟଙ୍କା କମ କଲେ କିଛି ଲାଭ ନାହିଁ । ଖାଲି ନିର୍ବାଚନ ପାଇଁ ଏଭଳି ଲୋକ ଦେଖାଣିଆ କାର୍ୟ୍ୟ କରିଛନ୍ତି କେନ୍ଦ୍ର ସରକାର ।"