ରାଜ୍ୟରେ ୨୭ଶହ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

Aug 26, 2023 - 05:52
 4
ରାଜ୍ୟରେ ୨୭ଶହ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର:  ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା  ୨୭୫୦ରେ ପହଞ୍ଚିଲାଣି । ସେଥିରୁ ଖୋର୍ଦ୍ଧାରେ ୧୩୫୦, ବାଲେଶ୍ୱର ୨୫୦,  କଟକ ୧୮୫, ଜଗତସିଂହପୁର ୧୬୦  ଓ ପୁରୀରେ ୨୭୫ ଚିହ୍ନଟ ହୋଇଛନ୍ତି ।ଏପଟେ କ୍ୟାପିଟାଲ ହସ୍ପିଟାଲର  ଉଭୟ ମହିଳା ଓ ପୁରୁଷ ୱାର୍ଡରେ  ରୋଗୀଙ୍କ ସଂଖ୍ୟା ୨୫୦ରେ  ପହଞ୍ଚିଲାଣି । ସେଥିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୬୦ ପରେ ରହିଛି ।  ଦୈନିକ ୬୦୦ ଜଣଙ୍କ ରକ୍ତ ପରୀକ୍ଷା  ହେଉଛି । ଆରଏମ୍‌ଆରସି ନିର୍ଦ୍ଦେଶିକ  ଡାକ୍ତର ସଂଘମିତ୍ରା ପତି କହିଛନ୍ତି,  ଆରଏମ୍‌ଆରସିକୁ ହସ୍ତଗତ ନମୁନାରୁ  ଓଡ଼ିଶାରେ ଏବେ ୭୦ ପ୍ରତିଶତ  ଡେଙ୍ଗୁ ଭୂତାଣୁ ଡେଙ୍ଗୁ-୨ ଭାରିଆଣ୍ଟ । ଆଉ ୨୮ ପ୍ରତିଶତ ଡେଙ୍ଗୁ-୧  ଭାରିଆଣ୍ଟର ରହିଛି । ବିଭିନ୍ନ ଜିଲ୍ଲାରୁ  ଆସିଥିବା ଡେଙ୍ଗୁ ରୋଗୀଙ୍କ ନମୁନାର  ସେରୋଟାଇପ୍‌ ପରୀକ୍ଷାରୁ ଏହା ଜାଣାପଡ଼ିଛି । ନୟାଗଡ଼ରେ ତିନୋଟି  ଡେଙ୍ଗୁ-୩ ଭାରିଆଣ୍ଟ ରହିଥିବା ବେଳେ  ଯାଜପୁରରେ ଡେଙ୍ଗୁ-୧ ଓ ୨ ଚିହ୍ନଟ  ହୋଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର  ନିରଞ୍ଜନ ମିଶ୍ର କହିଛନ୍ତି, ଡେଙ୍ଗୁ ଭୂତାଣୁ  ୪ ଭାରିଆଣ୍ଟର ଅଛନ୍ତି । ଆମ ରାଜ୍ୟରେ ଡେଙ୍ଗୁ-୧ ଓ ଡେଙ୍ଗୁ-୨ ଅଧିକ ପରିମାଣରେ ଦେଖାଯାଏ ।