ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର

Oct 4, 2023 - 08:11
 5
ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର

ଭବାନୀପାଟଣା : ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ। ଭବାନୀପାଟଣା ଥୁଆମୂଳ ରାମପୁର ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ମାର୍କେଟିଙ୍ଗ ଇନ୍ସପେକ୍ଟର ବ୍ଲକ ଅଫିସରେ ଜଣେ ବ୍ୟକ୍ତିଙ୍କଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି। ବର୍ତ୍ତମାନ ଭିଜିଲାନ୍ସ ଟିମ୍‌ ସୁଶାନ୍ତ ମଲ୍ଲିକଙ୍କୁ ନିଜ ହେପାଜତକୁ ନେଇ ପଚରାଉଚୁରା କରୁଥିବା ଜଣାପଡିଛି।