ଏଥର ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର

ନବୀନ ଓଡିଶା ବ୍ଯୂର: ଏଥର ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ତାଙ୍କ ବଦଳରେ ତାଙ୍କ ପୁଅ ସୌମେନ୍ଦ୍ର ମିଶ୍ର ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରୁ ୨୦୨୪ ବିଧାନସଭା ନିର୍ବାଚନ ଲଢ଼ିବେ । ଏନେଇ ବଲାଙ୍ଗୀରରେ ହୋଇଥିବା କମିଟି ମିଟିଂରେ ଏହା ନିଷ୍ପତି ହୋଇଛି । ତେବେ ଏଆଇସିସିକୁ ଏନେଇ ନିଷ୍ପତ୍ତି ଜଣାଇବେ ବୋଲି ନରସିଂହ ମିଶ୍ର କହିଛନ୍ତି।
ସୂଚନା ଯୋଗ୍ୟ , ପୂର୍ବରୁ ମଧ୍ୟ ବୟସ ଅଧିକ କାରଣରୁ ନରସିଂହ ମିଶ୍ର ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଥିଲେ। ସେ କହିଥିଲେ ଯେ, ତାଙ୍କ ବଦଳରେ ତାଙ୍କ ସାନ ପୁଅ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ବଲାଙ୍ଗୀରରେ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଯୋଗ୍ୟ ପ୍ରାର୍ଥୀ ତାଙ୍କ ନଜରକୁ ଆସି ନାହାଁନ୍ତି। ତେଣୁ ସୌମେନ୍ଦ୍ରଙ୍କୁ ଟିକେଟ ମିଳିବ ବୋଲି ତାଙ୍କର ଆଶା ରହିଛି । ତେବେ ଜିଲ୍ଲାର ଅନ୍ୟ କଂଗ୍ରେସ ନେତୃତ୍ଵଙ୍କ ପାଇଁ ସେ କ୍ୟାମ୍ପେନିଂ କରିବେ । ବଲାଙ୍ଗୀରରୁ ୫ ଥରର ବିଧାୟକ ରହିଛନ୍ତି ନରସିଂହ ମିଶ୍ର ।