ଜଳ ସଂରକ୍ଷଣ ଓ ଏହାର ପୁନଃ ବ୍ୟବହାର ପାଇଁ ଚେଷ୍ଟା କରିବାକୁ ଚାଷୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

Jan 30, 2024 - 23:09
 4
ଜଳ ସଂରକ୍ଷଣ ଓ ଏହାର ପୁନଃ ବ୍ୟବହାର ପାଇଁ ଚେଷ୍ଟା କରିବାକୁ ଚାଷୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ନବୀନ ଓଡିଶା ବ୍ଯୂର: ଭୁବନେଶ୍ବର: ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦ୍‌ଯାପିତ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ  ରାଜ୍ୟର କୃଷକ ଭାଇଭଉଣୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଜଳ ହେଉଛି ଅମୂଲ୍ୟ ସଂପଦ।

ଏହାର ଉଚିତ ବ୍ୟବହାର ସହ ସଂରକ୍ଷଣ ଓ ପୁନଃ ବ୍ୟବହାର ପାଇଁ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଫସଲର ବିବିଧକରଣ ସହ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଚାଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ଅଧିକ ଅମଳ କରି କୃଷି କ୍ଷେତ୍ରରେ ନିଜେ ସଫଳତା ପାଇବା ସହିତ ରାଜ୍ୟକୁ ଏ କ୍ଷେତ୍ରରେ ଚାଷୀଭାଇମାନେ ଅଗ୍ରଣୀ କରିପାରିବେ ବୋଲି ସେ କହିଥିଲେ ।