୫-ଟି ଅଧ୍ୟକ୍ଷଙ୍କ ଗଞ୍ଜାମ ଗସ୍ତ : କଠିନ ପରିଶ୍ରମ କରି ସ୍ବପ୍ନ ପୂରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ
ନବୀନ ଓଡିଶା ବ୍ଯୂର: ସୁନ୍ଦରଗଡ : ସୁନ୍ଦରଗଡ଼ ଗସ୍ତରେ ଆସି ୫-ଟି ଅଧ୍ୟକ୍ଷ ୧୦ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି । ସୋମବାର ଦିନିକିଆ ଗସ୍ତରେ ସୁନ୍ଦରଗଡ଼ ଆସିଥିଲେ ୫-ଟି ତଥା ରାଜ୍ୟ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ । ସୁନ୍ଦରଗଡ଼ ଭବାନୀପୁର ସ୍ପୋର୍ଟସ କମ୍ପେକ୍ସ ଠାରେ ଆୟୋଜିତ ନୂଆ ଓ ଫେଷ୍ଟରେ ଯୋଗଦେଇ ୧୧.୪୫ରୁ ୧ଟା ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ।
ଜିଲ୍ଲାର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଛାତ୍ରୀଛାତ୍ରୀଙ୍କ ଯୋଗ ଦେଇଥିବା ବେଳେ ସମସ୍ତଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ପରେ ଛାତ୍ରଛାତ୍ରୀ ମାନଙ୍କ ସହିତ ହାତ ମିଳାଇ ମୋବାଇଲରେ ସେଲ୍ଫି ନେଇ ଅଟୋଗ୍ରାଫ ଦେଇଥିଲେ ୫-ଟି ଅଧ୍ୟକ୍ଷ । କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ମନ୍ତ୍ର ବୋଲି କହିବା ସହ ସଚିନ ତେନ୍ଦୁଲକରଙ୍କ ଉଦାହରଣ ଦେଇଥିଲେ ।
ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ବିଶ୍ବସ୍ତରରେ ସୁନାମ ଅର୍ଜନ କରିଥିବା ଉଦାହରଣ ଦେବା ସହ ତାଙ୍କ ପରି ସୁନାମ ଆଣିବା ପାଇଁ ପରାମର୍ଶ ଦେଇଥିଲେ । ଏହି ୫ ଜଣ ହେଲେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ସୁଭଦ୍ରା ପ୍ରଧାନ, ଶଶୀକାନ୍ତା ନାଏକ, ମେଜର ଜେନରାଲ ରମେଶ ପାଢ଼ୀ, ଇଗେନେସ ମାଝୀଙ୍କ ପରି କଠିନ ପରିଶ୍ରମ କଲେ ଆଗକୁ ଯାଇପାରିବ ବୋଲି ପରାମର୍ଶ ଦେଇଥିଲେ । ସୁନ୍ଦରଗଡ଼ ଜିଲ୍ଲାର ଅନେକ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବେଳେ ସେମାନଙ୍କୁ ନିଜ ପ୍ରେରଣାର ଉତ୍ସ ଭାବି ଛାତ୍ରଛାତ୍ରୀ ଜୀବନର ଲକ୍ଷ୍ୟ ଧାର୍ୟ୍ୟ କରନ୍ତୁ ବୋଲି କହିଥିଲେ ।
ସୁନ୍ଦରଗଡରେ ନୂଆ ଓ କାର୍ୟ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀମାନେ ନିଜ ମା’-ବାପା ଓ ଶିକ୍ଷକମାନଙ୍କୁ ସମ୍ମାନ ଜଣାଇବାକୁ ପରାମର୍ଶ ଦେଇଥିଲେ । ଯୁବ ସମାଜ ଓ ଛାତ୍ରଛାତ୍ରୀ ନିଜ ମଧ୍ୟରେ ଆତ୍ମବିଶ୍ବାସ ବଢାଇବାକୁ ପ୍ରତିଯୋଗିତାମୂଳକ କାର୍ୟ୍ୟ କରିବା ଉପରେ ଗୁରୁତ୍ୱ ଦେ
