ପ୍ରଥମ ଟେଷ୍ଟର ପ୍ରଥମ ଦିନ: ଭଲ ସ୍ଥିତିରେ ଭାରତ, ଶତକ ଅଭିମୁଖେ ଯଶସ୍ୱୀ

ଇଂଲଣ୍ଡ ପ୍ରଥମ ଦିନରେ ୨୪୬ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି।

Jan 25, 2024 - 22:55
 4
ପ୍ରଥମ ଟେଷ୍ଟର ପ୍ରଥମ ଦିନ: ଭଲ ସ୍ଥିତିରେ ଭାରତ, ଶତକ ଅଭିମୁଖେ ଯଶସ୍ୱୀ

 ନବୀନ ଓଡିଶା ବ୍ଯୂର : ହାଇଦ୍ରାବାଦରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ଦିନରେ ୨୪୬ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହା ପରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଆଜି ଷ୍ଟମ୍ପ ଅପସାରଣ ବେଳକୁ ଗୋଟିଏ ୱିକେଟ୍ ହରାଇ ୧୧୯ ରନ୍ କରିଛି। ଅପରାଜିତ ଥିବା ଯଶସ୍ୱୀ ଜୈସ୍ୱାଲ ଓ ଶୁବମନ ଗିଲ୍‌ ଆସନ୍ତାକାଲି ପୁଣି ଦଳର ଇନିଂସକୁ ଆଗେଇ ନେବେ।

ଭାରତ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ ଓ ଅଧିନାୟକ ରୋହିତ ଶର୍ମା ଇନିଂସ ଓପନ କରିଥିଲେ। ଦୁହିଁଙ୍କ ମଧ୍ୟରେ ୮୦ (୭୫ ବଲ୍‌) ରନ୍‌ର ପାର୍ଟନରଶିପ୍ ହୋଇଥିଲା। ତେବେ ଏଥିରେ ଅଧିକ ଭାଗିଦାରୀ ଥିଲା ଯଶସ୍ୱୀ ଜୈସ୍ୱାଲଙ୍କର। ସେ ୪୮ ବଲ୍‌ରେ ୫୨ ରନ୍ କରିଥିଲେ। ଅନ୍ୟପକ୍ଷରେ ରୋହିତ ଶର୍ମା ୨୭ ବଲ୍‌ରେ ୨୪ ରନ୍ କରିଥିଲେ। ରୋହିତ ୨୪ ରନ୍ (୩ ଚୌକା) କରି ଆଉଟ୍ ହୋଇଥିଲେ।