ବିଜେପିରେ ଯୋଗ ଦେଲେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ
ସାଧାରଣ ନିର୍ବାଚନ ପୂର୍ବରୁ ଆଜି ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ନବୀନ ଓଡିଶା ବ୍ଯୂର: ସାଧାରଣ ନିର୍ବାଚନ ପୂର୍ବରୁ ଆଜି ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।
ଏହି ମିଶ୍ରଣ ପର୍ବରେ ଜଟଣୀ, ମଧ୍ୟ, ଉତର, ଏକାମ୍ର, ଜୟଦେବ, ଖୋର୍ଦ୍ଧା, ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀଙ୍କ ସମେତ ଅନେକ ସମାଜସେବୀ ବିଜେପିରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ଦଳରେ ସ୍ୱାଗତ କରିବା ସହ ଏହା ରାଜ୍ୟରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବ ବୋଲି ସେ କହିଛନ୍ତି । ସେ କହିଥିଲେ ଯେ, ଓଡ଼ିଶାରେ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ହଟାଇ ବିଜେପି ସରକାର ଗଢ଼ିବାର ସଂକଳ୍ପ ନେଇଛି । ଓଡିଶାରେ ନିଶ୍ଚିତ ଭାବେ ଡବଲ୍ ଇଂଜିନ ସରକାର ଗଠନ କରିବ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇ ଚାଲିଛି