ହକିରେ ଭାରତକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ବ୍ରୋଞ୍ଜ

ନବୀନ ଓଡିଶା ବ୍ଯୂର: ପ୍ୟାରିସ: ଭାରତୀୟ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏଥିସହ କ୍ରମାଗତ ୨ଟି ଅଲିମ୍ପିକ୍ସରେ ଟିମ ଇଣ୍ଡିଆ ପଦକ ଜିତିଛି । ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଭାରତ ୨-୧ ଗୋଲରେ ସ୍ପେନକୁ ପରାସ୍ତ କରିଛି । ୨ଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂ ସ୍କୋର କରିଥିଲେ । ଅଭିଜ୍ଞ ଗୋଲକିପର ପିଆର ଶ୍ରୀଜେଶଙ୍କ ଏହା ଶେଷ ଆନ୍ତର୍ଜାତୀୟ ମୁକାବିଲା ଥିଲା ।