ବିଶ୍ୱକପର ଶେଷ ଲିଗ ମ୍ୟାଚ୍ ବେଳକୁ ଫେରିବେ ହାର୍ଦ୍ଦିକ ପାଣ୍ତ୍ୟା!
hardik-pandya-out-for-longer-period-news

ଭାରତ ଏଯାଏ ୬ଟି ମ୍ୟାଚରୁ ୬ଟି ବିଜୟ ସହ ବିଶ୍ୱକପର ସେମି ଫାଇନାଲରେ ଏକପ୍ରକାରର ପ୍ରବେଶ କରି ସାରିଛି। ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଜିତି ନେଲେ ଭାରତର ସେମି ଫାଇନାଲ ସ୍ଥାନ ପକ୍କା ହୋଇଯିବ।
ଗୋଇଠି ଜନିତ ଆହତ ସମସ୍ୟାରେ ପଡ଼ିଥିବା ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। କିନ୍ତୁ ସେ ବିଶ୍ୱକପରେ ଭାରତ ଖେଳିବାକୁ ଥିବା ଶେଷ ଲିଗ ମ୍ୟାଚ୍ ପୂର୍ବରୁ ଫେରିବାର ସମ୍ଭାବନା ନାହିଁ।
ଭାରତ ନଭେମ୍ବର ୧୨ରେ ଡଚ ଟିମ ବିପକ୍ଷରେ ଶେଷ ଲିଗ ମ୍ୟାଚ୍ ଖେଳିବ। ଏହି ମ୍ୟାଚରେ ସମ୍ଭବତଃ ପାଣ୍ଡ୍ୟା ଫିଟ ହୋଇ ଖେଳି ପାରନ୍ତି। ଏହାପୂର୍ବରୁ ଭାରତ ଆସନ୍ତାକାଲି ଶ୍ରୀଲଙ୍କା ଓ ରବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ।