ନ୍ୟୁଜିଲ୍ୟାଣ୍ଡର ହ୍ୟାଟ୍ରିକ ପରାଜୟ, ବଡ଼ ବିଜୟ ସହ ଶୀର୍ଷରେ ଦକ୍ଷିଣ ଆଫ୍ରିକା
cricket/south-africa-thrash-new-zealand-by-190-runs-news

ନ୍ୟୁଜିଲ୍ୟାଣ୍ଡର ହ୍ୟାଟ୍ରିକ ପରାଜୟ, ବଡ଼ ବିଜୟ ସହ ଶୀର୍ଷରେ ଦକ୍ଷିଣ ଆଫ୍ରିକା
ନବୀନ ଓଡିଶା ବ୍ଯୂର. 01.11.2023. ଚଳିତ ବିଶ୍ୱକପର ଅଭିଯାନ ଦମଦାର ଢଙ୍ଗରେ ଆରମ୍ଭ କରିଥିବା ନ୍ୟୁଜିଲ୍ୟାଣ୍ଡ ଏବେ ବିପର୍ଯ୍ୟୟ ମଧ୍ୟକୁ ଠେଲି ହୋଇଯାଇଛି। କ୍ରମାଗତ ୪ ବିଜୟ ସହ ସେମି ଫାଇନାଲ ଦାବିଦାର ବନିଥିବା କ୍ୱିୱି ଟିମ ଏବେ ଧ୍ୟାନଚ୍ୟୁତ ହୋଇଛି।
ଭାରତ ଠାରୁ ହାରିବା ପରେ ସତେ ଯେମିତି ନ୍ୟୁଜିଲ୍ୟାଣ୍ଡର ବିଜୟ ଗାଡ଼ି ଟ୍ରାକରୁ ବାହାରି ଯାଇଛି। ଦଳ କ୍ରମାଗତ ୩ ପରାଜୟ ସହ ଏବେ ସେମି ଫାଇନାଲରେ ପ୍ରବେଶ ପାଇଁ କର ବା ମର ସ୍ଥିତିରେ ପହଞ୍ଚି ଯାଇଛି।
ଆଜି ନ୍ୟୁଜିଲ୍ୟାଣ୍ଡ ଏକତରଫା ଭାବେ ଦକ୍ଷିଣ ଆଫ୍ରିକା ଠାରୁ ହାରିଛି। ଏବେ ଦଳ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ବାକି ୨ଟି ମ୍ୟାଚ୍ ଖେଳିବ। ଏଥିରୁ ଗୋଟିଏ ବି ହାରିଲେ, ଦଳର ସେମି ଫାଇନାଲ ରାସ୍ତା କଣ୍ଟକିତ ହୋଇଯିବ। ସେହିପରି ପୂର୍ବରୁ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ତ ଆଜିର ପରାଜୟ ପରେ ୪ର୍ଥକୁ ଖସି ଯାଇଛି। ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଉଠିଛି।