ଶାମି ଓ ସିରାଜଙ୍କ ସୁଇଂରେ ଶ୍ରୀଲଙ୍କା ୫୫ରେ ଅଲଆଉଟ୍‌, ଭାରତକୁ ସେମି ଟିକେଟ୍‌

Nov 2, 2023 - 16:46
 2
ଶାମି ଓ ସିରାଜଙ୍କ ସୁଇଂରେ ଶ୍ରୀଲଙ୍କା ୫୫ରେ ଅଲଆଉଟ୍‌, ଭାରତକୁ ସେମି ଟିକେଟ୍‌

ନବୀନ ଓଡିଶା ବ୍ଯୂର.02 Nov.23 ପରାଜେୟ ଟିମ ଇଣ୍ଡିଆ। ୭ ମ୍ୟାଚ୍‌ରୁ ୭ ବିଜୟ ସହ ଚଳିତ ବିଶ୍ୱକପ ପ୍ରଥମ ଟିମ ଭାବେ ଭାରତ ବିଧିବଦ୍ଧ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ଆଜି ବିଶ୍ୱକପରେ ନିଜର ୭ମ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପ୍ରତିପକ୍ଷ ଶ୍ରୀଲଙ୍କାକୁ ଏକତରଫା ଭାବେ ୩୦୨ ରନରେ ପରାସ୍ତ କରିଛି। ମହମ୍ମଦ ଶାମି ୫ ୱିକେଟ ନେଇ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏଥିସହ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତଛନ୍ତି। 

ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୩୫୭ ରନ କରିଥିଲା। ଶ୍ରୀଲଙ୍କା ୩୫୮ ରନର ଟାର୍ଗେଟ ପାଇଥିବା ବେଳେ ଦଳ ୧୯.୪ ଓଭର୍‌ରେ ମାତ୍ର ୫୫ ରନ କରି ଅଲଆଉଟ ହୋଇଯାଇଛି। ବିଶ୍ୱକପ ଇତିହାସରେ ଏହା ଦ୍ୱିତୀୟ ସର୍ବବୃହତ୍ତ ବିଜୟ।