ତଳମୁହାଁ ହେବ ପାରଦ,ଦିନକ ପରେ ଫେରିବ ଶୀତ
the-winter-will-return-after-a-day

ନବୀନ ଓଡିଶା ବ୍ଯୂର.06.11.2023,ଭୁବନେଶ୍ୱର: ଦିନକ ପରେ ଫେରିବ ଶୀତ । ତଳମୁହାଁ ହେବ ପାରଦ । ବର୍ଷା ପରେ ଆକାଶ ମେଘମୁକ୍ତ ହେଉଥିବାରୁ ବଢ଼ିବ ଶୀତ । ରାତିରେ ତାପମାତ୍ରା ୩ରୁ ୪ ଡ୍ରିିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ୨୪ ଘଂଟାରେ ରାଜ୍ୟର ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନ ନାହିଁ । ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ କମିବ ରାତ୍ରି ତାପମାତ୍ରା । ଭୁବନେଶ୍ୱର ପାଣିପାଗବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଗତ କିଛି ଦିନ ହେବ ଥଣ୍ଡା କମ୍ ରହଥିଲା । ପଶ୍ଚିମା-ଝଡ଼ ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଉଥିଲା । ଆକାଶ ମେଘୁଆ ରହିବା ସହ ଥଣ୍ଡାର ପରିମାଣ କମିଥିଲା ।