ଆଜି ଟୁଟୁ ନାୟକଙ୍କ ଜାମିନ ଶୁଣାଣି

tutu-nayak

Nov 6, 2023 - 10:05
 3
ଆଜି ଟୁଟୁ ନାୟକଙ୍କ ଜାମିନ ଶୁଣାଣି

ନବୀନ ଓଡିଶା ବ୍ଯୂର.06.11.2023:ଭୁବନେଶ୍ୱର : ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଘଟଣା।  ଦୁଇ ରାତି ଜେଲ୍‌ରେ କାଟିଲେଣି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକ। ଗତକାଲି ରବିବାର ଥିବାରୁ ସେ ଜେଲରେ ଦିନ କାଟିଥିଲେ। ଆଜି ଟୁଟୁ ନାୟକଙ୍କ ଜାମିନ ଆବେଦନ ଶୁଣାଣି କୋର୍ଟରେ ହେବ। ତେଣୁ ତାଙ୍କୁ କୋର୍ଟରେ‌ ହାଜର କରାଯିବ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଓଡ଼ିଆ ଚଳଚ୍ଚିତ୍ର “ପ୍ରଥା’ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମର ପ୍ରିମିୟର ପାଇଁ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧି ଭୁବନେଶ୍ବର ଶ୍ରୀୟା ହଲ୍‌ଠାରେ ପହଞ୍ଚିଥିଲେ। ତେବେ ଏଠାରେ ଗଣମାଧ୍ୟମ ପ୍ରତିନିଧି ଦେବସ୍ମିତାକୁ, ଟୁଟୁ ନାୟକ ଠେଲି ଦେବା ସହ ଗାଲକୁ ଚାପୁଡ଼ା ମାରିଥିରିଲେ ବୋଲି ଦେବସ୍ମିତା ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ। 

ମାମଲାରେ ଶନିବାର ଓଡ଼ିଶା ୱିମେନ୍‌ ଇନ୍‌ ମିଡିଆର ଏକ ପ୍ରତିନିଧି ଦଳ ଭୁବନେଶ୍ୱରର ଡିସିପି ପ୍ରତୀକ ସିଂଙ୍କୁ ଭେଟିଥିଲେ । ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ସେପଟେ ଟୁଟୁଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରି ମହିଳା କମିଶନ ପୋଲିସ୍‌ କମିଶନରଙ୍କୁ ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ କମିଶନ ଅଧ୍ୟକ୍ଷା ମିନତୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି ।