ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ସ୍ମୃତିରେ ସମାଜସେବୀ ଅମୀୟ ଦାସଙ୍କ ପକ୍ଷରୁ ସହାୟତା ପ୍ରଦାନ ପକ୍ଷରୁ ସହାୟତା ପ୍ରଦାନ

In -memory -of -the -day late -lulu -mohapatra -Donation -by- social- worker- Amiya- Das

Nov 6, 2023 - 18:26
 3
ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ସ୍ମୃତିରେ ସମାଜସେବୀ ଅମୀୟ ଦାସଙ୍କ ପକ୍ଷରୁ ସହାୟତା ପ୍ରଦାନ ପକ୍ଷରୁ ସହାୟତା ପ୍ରଦାନ

ନବୀନ ଓଡିଶା ବ୍ଯୂର,06.11.2023:ଭୁନେଶ୍ୱର: ଓଡ଼ିଶାର ରାଜନୀତିର ଜଣେ ଟାଣୁଆ ନେତା ତଥା ଦକ୍ଷ ସଂଗଠକ ଭାବେ ବେଶ୍‌ ପରିଚିତ ଥିବା ଲୁଲୁ ମହାପାତ୍ର ଆମ ଗହଣରେ
ନାହାନ୍ତି ସତ, ତାଙ୍କର ଅବର୍ତ୍ତମାନରେ ଆଜି ସାରା ରାଜ୍ୟର ସାଧାରଣ ଜନତାଙ୍କଠାରୁ ଆର‘ କରି ରାଜନୀତି କ୍ଷେତ୍ରରେ ଯୋଗଦେଉଥିବା
ଯୁବରାଜନେତାଙ୍କ ପାଇଁ ସେ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ। ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ସପ୍ତମ ଶ୍ରାଞ୍ଚବାର୍ଷିକୀ ଅବସରରେ ବିଶିଷ୍ଟ
ସମାଜସେବୀ ଅମୀୟ ଦାସଙ୍କ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ସମାଜର ଗରିବ ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନଗୁଡ଼ିକୁ ବରାଯାଇଛି। ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ସ୍ମୃତିରେ ଶ୍ରୀଯୁକ୍ତ ଦାସ ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ଏକ ଅନୁଷ୍ଠାନର ଛାତ୍ରୀମାନଙ୍କୁ
ୱାସିଂ ମେଶିନ ଓ ଛାତ୍ରମାନଙ୍କୁ କମ୍ପୁ୍ୟଟର ପ୍ରଦାନ କରାଯାଇଥିବାବେଳେ ଜୀବନଜ୍ୟୋତି ଅନାଥ ଆଶ୍ରମକୁ ଏକ ଇନଭଟର, ଡମଣାସ୍ଥିତ ଶ୍ରୀ ଶ୍ରୀ
ମା ଆନନ୍ଦ ଆଶ୍ରମକୁ ଟିଭି ପ୍ରଦାନ କରାଯାଇଛି। ଏହାସହିତ ରାଜ୍ୟର ୩୦ଟି ଜିଲ୍ଲାରେ ଚଳିତ ବର୍ଷ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ସ୍ମୃତିରେ ରକ୍ତଦାନ
ଶିବିରର ଆୟୋଜନା କରାଯିବା ସହିତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଛନ୍ତି ଶ୍ରୀଯୁକ୍ତ ଦାସ।
ସମାଜସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ବିଶିଷ୍ଟ ସମାଜସେବୀ ଅମୀୟ କୁମାର ଦାସ ଅସହାୟ ତଥା ଆର୍ଥିକ, ସାମାଜିକ ସହାୟତା
ଲୋଡ଼ୁଥିବା ବ୍ୟକ୍ତିମାନଙ୍କ ନିକଟରେ ପ୍ରଥମେ ପହଞ୍ଚି ସେମାନଙ୍କୁ ସାହାର୍ଯ୍ୟ କରିବାକୁ ତତ୍ପର ରହିଥାନ୍ତି। କେବଳ ଏତିକି ନୁହେଁ ମହାମାରୀ କରୋନା
ସମୟରେ ଲୋକଙ୍କୁ ସାରା ଦେଶ ତଥା ରାଜ୍ୟରୁ ସହାୟତାର ହାତ ବଢୁଥିବାବେଳେ ଶ୍ରୀଯୁକ୍ତ ଦାସ ମଧ୍ୟ ଏଥିରେ ପଛରେ ରହିନଥିଲେ।
କରୋନାର ଭୟାବହତା ନଡ଼ରି କୋଭିଡ଼ ସମୟରେ ଏୟାରଲିଫଫ ପାଇଁ ଅର୍ଥର ଆବଶ୍ୟକତା ଲୋଡ଼ୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ସାହାର୍ଯ୍ୟ କରିବା
ସହିତ ବଲାଙ୍ଗୀରର କିଡ଼ନୀ ରୋଗରେ ମୃତୁ୍ୟ ସହ ସଂଗ୍ରାମ କରୁଥିବା ପ୍ରଭୁ ପ୍ରକାଶ ନାୟକଙ୍କ ପାଇଁ ଶ୍ରୀଯୁକ୍ତ ଦାସ ସାଜିଛନ୍ତି ଭଗବାନ। ତାଙ୍କୁ
ଆଜିପର୍ଯ୍ୟନ୍ତ ଆର୍ଥିକ , ମାନସିକ ଭାବେ ସାହାର୍ଯ୍ୟ କରିଆସୁଛନ୍ତି ସେ। ଶ୍ରୀଯୁକ୍ତ ଦାସଙ୍କର ଏଭଳି ସେବା ଓ ସହାୟତା ମନୋଭାବକୁ ବୁଞ୍ଚିଜୀବୀ
ମହଲରେ ପ୍ରଶଂସା କରାଯାଉଛି।
 ସ୍ୱର୍ଗତ ଲୁଲୁ ମହାପାତ୍ର ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ ଦାସଙ୍କ ଦାୟଦ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି ବିଧାନସଭା ଆସନରୁ
୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଜାତୀୟ ରାଜନୀତି ହେଉ ବା ରାଜ୍ୟ ରାଜନୀତି ହେଉ ତାଙ୍କର ଦବ୍‌ଦବା ସର୍ବଦା ରହିଥିଲା। ସେ
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପଟ୍ଟଶିଷ୍ୟ ଥିଲେ। କେବଳ କଂଗ୍ରେସ ଦଳ ନୁହେଁ ସେ ସାଧାରଣ
ଜନତାଙ୍କ ମନ ଜିଣିପାରିଥିବାରୁ ରାଜନୀତିଠାରୁ ଆର‘ କରି ରାଜ୍ୟର ପ୍ରତି କୋଣ ଅନୁକୋଣର ଲୋକମାନଙ୍କ ମଧ୍ୟରେ ପ୍ରିୟ ହୋଇପାରିଥିଲେ।
ସାଢେ ତିନି ଦଶନ୍ଧୀ ଧରି ସେ ରାଜନୀତିରେ ସକ୍ରିୟ ଥିଲେ। ତାଙ୍କର ଦରଦୀ ମଣିଷପଣିଆ ପାଇଁ ସାରା ରାଜ୍ୟ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କୁ ଆଜି
ଝୁରୁଛି