ହୀରାକୁଦ ଜଳଭଣ୍ଡାର: ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

Sep 30, 2023 - 08:02
Sep 30, 2023 - 08:10
 4
ହୀରାକୁଦ ଜଳଭଣ୍ଡାର: ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୩ଟି ଗେଟ୍ । ହୀରାକୁଦର ଜଳସ୍ତର ବଢୁଥିବାରୁ ଖୋଲିଛି ଗେଟ୍ । ଏହାକୁ ମିଶାଇ ମୋଟ୍ ୧୦ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ବାମ ପାର୍ଶ୍ବର ୭ଟି ଓ ଡାହାଣ ପାର୍ଶ୍ବର ୩ଟି ଗେଟ୍ ଖୋଲାଯାଇଛି । ହୀରାକୁଦରେ ଜଳସ୍ତର ୬୨୯.୬୫ ଫୁଟରେ ପହଞ୍ଚିଛି । ଜଳଭଣ୍ଡାରକୁ ପ୍ରତି ସେମକେଣ୍ଡରେ ୧ ଲକ୍ଷ ୧୬ ହଜାର ୮୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୧ ଲକ୍ଷ ୫୪ ହଜାର ଘନଫୁଟ ବନ୍ୟାଜଳ ।