ଆଜି ରାଜ୍ୟର ୧୩ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ

Feb 6, 2024 - 21:12
 2
ଆଜି ରାଜ୍ୟର ୧୩ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ

ନବୀନ ଓଡିଶା ବ୍ଯୂର: ଆଜି ରାଜ୍ୟର ଅନେକ ସ୍ଥାନରେ ଦିନ ବେଳେ ପାଗର ମିଜାଜ ପୂରା ଅଲଗା ଥିଲା। ଖରା ଯେମିତି ହେଉଥିଲା, ଲାଗୁଥିଲା ଏହା ମାଘ ମାସ ନୁହେଁ, ବୈଶାଖ ଆରମ୍ଭ ହୋଇଗଲାଣି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଆଜି ରାଜ୍ୟର ୧୩ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା। 

ପାରଳାଖେମୁଣ୍ଡି ଓ ଭବାନୀପାଟଣାରେ ଦିନ ତାପମାତ୍ରା ସର୍ବାଧିକ ୩୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ଟିଟିଲାଗଡ଼ ଓ ମାଲକାନଗିରିରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୫ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୪.୪ ଓ କଟକରେ ୩୩ ଡିଗ୍ରୀ ରହିଥିଲା।

ଚାନ୍ଦବାଲିରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୩.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ କଟକରେ ୩୩, ଅନୁଗୋଳରେ ୩୩.୭, ବଲାଙ୍ଗିରରେ ୩୩.୮, ସୋନପୁରରେ ୩୩.୫, ଭଦ୍ରକରେ ୩୩.୧ ଓ ଢେଙ୍କାନାଳରେ ୩୩.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।