ଏସସିବି ଅଗ୍ନିକାଣ୍ଡ : ରାଷ୍ଟ୍ରପତିଙ୍କ ଶୋକ

Mar 16, 2026 - 22:43
 6
ଏସସିବି ଅଗ୍ନିକାଣ୍ଡ : ରାଷ୍ଟ୍ରପତିଙ୍କ ଶୋକ

ନବୀନ ଓଡିଶା ବ୍ଯୂର:ଭୁବନେଶ୍ୱର : କଟକ ବଡ଼ ମେଡିକାଲ ଟ୍ରାଜେଡି। ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋକ।  PMNRFରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଏହା ସହ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। 

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ରାଷ୍ଟ୍ରପତି ଲେଖିଛନ୍ତି ଯେ, କଟକର ଏକ ହସ୍ପିଟାଲରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣାରେ ଜୀବନହାନୀରେ ଗଭୀର ମର୍ମାହତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା। ଏହା ସହ ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।