‘ପ୍ରଧାନମନ୍ତ୍ରୀ ମାଗଣା ଲାପଟପ୍‌ ଯୋଜନା ୨୦୨୩’: ସମ୍ପୂର୍ଣ୍ଣ ମିଛ ଖବର

pm laptop scheme 2023 registration

Sep 26, 2023 - 16:24
Sep 26, 2023 - 16:39
 6
‘ପ୍ରଧାନମନ୍ତ୍ରୀ ମାଗଣା ଲାପଟପ୍‌ ଯୋଜନା ୨୦୨୩’: ସମ୍ପୂର୍ଣ୍ଣ ମିଛ ଖବର

ନୂଆଦିଲ୍ଲୀ: ନିକଟରେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ଭାଇରାଲ ହେଉଛି ଯେ, ମେଧାବୀ ଛାତ୍ରଛାତ୍ରୀମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାଗଣାରେ ଲେନେଭୋ ଲାପଟପ୍‌ ବିତରଣୀ କରାଯାଉଛି । ପ୍ରଧାନମନ୍ତ୍ରୀ ମାଗଣା ଲାପଟପ୍‌ ଯୋଜନା-୨୦୨୩ ଜରିଆରେ ଦେଶର ସବୁ ରାଜ୍ୟରେ ଏକାଦଶ ଓ ଦ୍ୱାଦଶ ତଥା ଯୁକ୍ତ ୩ର ପ୍ରଥମ , ଦ୍ୱିତୀୟ, ତୃତୀୟ, ଚତୁର୍ଥ , ପଞ୍ଚମ ଓ ଷଷ୍ଠ ସେମିଷ୍ଟାରେ ପଢ଼ୁଥିବା ଛାତ୍ର ଛାତ୍ରୀମାନଙ୍କୁ ମାଗଣାରେ ଲାପଟପ୍‌ ବିତରଣୀ କରାଯାଉଛି ବୋଲି ଏକ ନକଲି ଚିଠି କେହି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ତେବେ ପିଆଇବି ପକ୍ଷରୁ ଏନେଇ ସ୍ପଷ୍ଟୀକରଣ କରାଯାଇଛି ଯେ, ସାମାଜିକ ଗଣାମଧ୍ୟମରେ ବୁଲୁଥିବା ଏହି ଚିଠି ସମ୍ପୂର୍ଣ୍ଣ ନକଲି ଓ ଏହାର କୌଣସି ସତ୍ୟତା ନାହିଁ ।