କ୍ରିକେଟ୍‌ କିମ୍ବଦନ୍ତୀ କପିଲ ଦେବଙ୍କୁ ଅପହରଣ: ମିଛ ଭିଡିଓ 

Disney + hot star Kapil Dev kidnapping video

Sep 27, 2023 - 03:50
Sep 27, 2023 - 03:52
 6
କ୍ରିକେଟ୍‌ କିମ୍ବଦନ୍ତୀ କପିଲ ଦେବଙ୍କୁ ଅପହରଣ: ମିଛ ଭିଡିଓ 

ଭୁବନେଶ୍ୱର: ଗୋଟିଏ  ଭିଡିଓରେ ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ପ୍ରଥମ ବିଶ୍ୱକପ୍‌ ବିଜୟୀ ଟିମ୍‌ ଇଣ୍ଡିଆର ଅଧିନାୟକ କପିଲ ଦେବଙ୍କର ମୁହଁରେ ରୁମାଲ ବନ୍ଧା ହୋଇଛି, ପଛରେ ଦୁଇ ହାତ ବି ବନ୍ଧା ହୋଇଥିବା ଅବସ୍ଥାରେ ଦୁଇଜଣ ଗୁଣ୍ଡା ବେଶରେ ଥିବା ଲୋକ ଠେଲି ଠେଲି ଧକ୍କା ମାରି ତାଙ୍କୁ ଏକ ଅନ୍ଧାର ଘର ଭିତରକୁ ନେଉଥିବା ଦେଖିବାକୁ ମିଳିଥିଲା । ! ଚାହୁଁ ଚାହୁଁ ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ନିଁଆ ଭଳି ବ୍ୟାପୀ ଯାଇଥିଲା । ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳୀ ଗୌତମ ଗାମ୍ଭୀର ତାଙ୍କ ସାମାଜିକ ଗଣମାଧ୍ୟମରେ ହ୍ୟାଣ୍ଡେଲ ଏକ୍ସ(ପୂର୍ବରୁ ଟ୍ୟୁଇଟର୍‌)ରେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କୁ ଦୁଇ ଜଣ ବ୍ୟକ୍ତି ଅପହରଣ କରି ନେଉଥିବାର ଭିଡିଓ   ଶେଆର କରିଥିଲେ । ଏଥିସହତ ସେ ଏହି ଭିଡିଓ ଶେଆର କରି କପିଲ ଦେବଙ୍କ ସୁରକ୍ଷା ନେଇ ସନ୍ଦିହାନ ଥିବା ଆଶଙ୍କା ପ୍ରକାଶ କରିଥିଲେ । ଗାମ୍ଭୀର ଲେଖି ଥିଲେ ଏହି ଭିଡିଓ ଟି ମତେ ଚିନ୍ତାରେ ପକାଇ ଦେଇଛି, ଆଉ କାହାକୁ ଏହି ଭିଡିଓ ଟି ମିଳିଛି କି? ମୁଁ ଆଶା କରୁଛି ଏହି ଭିଡିଓଟି ନକଲି ହୋଇଥାଉ । ଦୟାକରି କୁହନ୍ତୁ କପିଲ ପାଜି ସୁରକ୍ଷିତ ଥାଆନ୍ତୁ ଏଭଳି ଭିଡଓ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଲୋକ ଭିନ୍ନ ଭିନ୍ନ ମତପୋଷଣ କରିଥିବାବେଳେ ଏହି ଭିଡିଓଟି ର ସତ୍ୟତା ଅନୁସନ୍ଧାନ କରାଯାଇଥିଲା । ଅନୁସନ୍ଧାନରୁ ଏହା ଏକ ବିଜ୍ଞାପନ ଜନିତ ଭିଡିଓ ବୋଲି ଜଣାପଡିଥିଲା । ଆଗାମୀ ବିଶ୍ୱ କପ୍‌ ୨୦୨୩ର ପ୍ରଚାର ପ୍ରସାର ପାଇଁ ଏହି ବିଜ୍ଞାପନ ପ୍ରସ୍ତୁତ କରାଯାଇଛି । କପିଲ ଦେବଙ୍କ ମ୍ୟାନେଜର ରାଜେଶ ପୁରୀ ଏହା ଏକ ବିଜ୍ଞପନ ସୁଟିଂ ସମୟର ଭିଡିଓ ବୋଲି ସ୍ପଷ୍ଟ କରିଥିଲେ । ଏହା ପରେ ସାମାଜିକ ଗଣମାଧ୍ୟମରେ ପ୍ରଶଂସକମାନେ ଏଭଳି ବିଜ୍ଞାପନ ସୁିଟିଂ କରିଥିବା କମ୍ପାନୀକୁ ଅତ୍ୟନ୍ତ କଟୁ ସମାଲୋଚନା କରିଥିଲେ । ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଜ୍ଞାପନ କମ୍ପାନୀମାନେ ଏତେ ତଳକୁ ଖସିଯାଉଛନ୍ତି କାହିିଁକ ବୋଲି ସମାଲୋଚନା କରିଥିଲେ । 
ତେବେ ଆଗାମୀ ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ ହେବାକୁ ଯାଉଥିବା ଆଇସିସି ମେନ୍‌ କ୍ରିକେଟ୍‌ ୱାର୍ଲ୍ଡ କପ୍‌ ୨୦୨୩ର ପ୍ରଚାର ପାଇଁ ଏହି ବିଜ୍ଞାପନ ପ୍ରସ୍ତୁତ କରାଯାଥିବା ଜଣାପଡିଛି । ଡିଜ୍‌ ପ୍ଲସ ହଟ୍‌ ଷ୍ଟାର ଏହି ଭିଡିଓ ପ୍ରସ୍ତୁତ କରିଛି ଓ ଏହାକୁ ନିଜର ଅଫିସିଆଲ ୱେବ୍‌ ସାଇଟ୍‌ ସିଡବ୍ଲ୍ୟୁସି ୨୦୨୩ ହ୍ୟାଣ୍ଡେଲ୍‌ରେ ଏହା ଶେଆର କରିଛି । ଏହାର କ୍ୟାପ୍‌ସନ୍‌ରେ କପିଲ ପାଜିକୋ କିଡନାପ୍‌ କ୍ୟୁଁ କରା? (କପିଲ ଦେବଙ୍କୁ ଅପହରଣ କାହିିଁକ କଲ?) ବୋଲି ପ୍ରଶ୍ନ କରିଛି? ଡିଜ୍‌ନି ପ୍ଲସ ହଟ୍‌ ଷ୍ଟାର ଅଛି ଏଥିରେ ପୁରା ଆଇସିସି ମେନ୍‌ କ୍ରିକେଟ୍‌ ୱାର୍ଲ୍ଡ କପ୍‌ ସମ୍ପୂର୍ଣ୍ଣ ମାଗଣାରେ ଦେଖନ୍ତୁ ବୋଲି ଲେଖିଛି ଚ୍ୟାନେଲ୍‌ ।