ଏସିଅନ୍ ଗେମ୍ସ: ଅଶ୍ୱଚାଳନାରେ ୪୧ ବର୍ଷ ପରେ ଭାରତକୁ ମିଳିଲା ସ୍ୱର୍ଣ୍ଣ

ହଙ୍ଗଝୌ: ଏସିଅନ୍ ଗେମ୍ସରେ ଭାରତ ନୂଆ ଇତିହାସ ରଚନା କରିଛି । ଦୀର୍ଘ ୪୧ ବର୍ଷ ପରେ ଅଶ୍ୱଚାଳନା ରେ ଭାରତୀୟ ଖେଳାଳୀ ଦମ୍ଦାର ଖେଳ ପ୍ରଦର୍ଶନ କରି ଗୋଲ୍ଡ ମେଡାଲ ଆଣିଛନ୍ତି । ଭାରତୀୟ ଟିମରେ ସୁଦୀପ୍ତ ହାଜେସ,ହୃଦୟ ଭିପୁଲ ଛେଡା, ଅନୁଶ ଅଗ୍ରୱାଲ ଏବଂ ଦିବ୍ୟକ୍ରିତି ସିଂହ ଅଶ୍ୱଚାଳନାରେ ୨୦୯.୨୦୫ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହି ଏହି ପଦକ ଜିଣିଛନ୍ତି । ଭାରତ ପଛକୁ ୨୦୪.୮୮୨ ପଏଣ୍ଟ ସହ ଚୀନ୍ ଦ୍ୱିତୀୟ ସ୍ଥାନରେ ଓ ୨୦୪.୮୫୨ ପଏଣ୍ଟ ସହ ହଂକଂ ତୃତୀୟ ସ୍ଥାନରେ ରହିଛି । ୧୯୮୨ ମସିହାରେ ଦିଲ୍ଲୀରେ ଆୟୋଜିତ ଏସିଆନ୍ ଗେମ୍ସରେ ଭାରତ ଶେଷ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ହଙ୍ଗଝୌରେ ଆୟୋଜିତ ଚଳିତ ଏସିଆନ୍ ଗେମ୍ସରେ ବର୍ତ୍ତମାନ ସୁଦ୍ଧା ଭାରତ ୧୪ ମେଡାଲ ପାଇଛି । ୩ଟି ସ୍ୱର୍ଣ୍ଣ, ୪ଟି ରୋପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ହାସଲ କରିଛି ।