ଆଜିଠୁ ଶିମିଳିପାଳରେ ବାଘ ଗଣନା

ବାରିପଦା : ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା । ଶିମିଳିପାଳ ଉତ୍ତର ଓ ଦକ୍ଷିଣ ସମେତ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ କପ୍ତିପଦାରେ ମଧ୍ୟ ବାଘ ଗଣନା କରାଯିବ। ତିନିଟି ପର୍ୟ୍ୟାୟରେ ବାଘ ଗଣନା ହେବ । ଆଜିଠୁ ୨୦ ତାରିଖ ଯାଏଁ ସାଇନସର୍ଭେ, ୨୫ ରୁ ୨୮ ତାରିଖ ଯାଏଁ ଲାଇନ ଟ୍ରାନଜିଟ ଏବଂ ନଭେମ୍ବର ୧ରୁ ୨୫ ଯାଏଁ କ୍ୟାମେରା ଟ୍ରାପିଂ ମାଧ୍ୟମରେ ବାଘ ଗଣନା କରାଯିବ ବୋଲି ଶିମିଳିପାଳ ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ବନ କର୍ମଚାରୀମାନେ ଜଙ୍ଗଲରେ ରହିଥିବା ପାଦଚଲା ରାସ୍ତା ଓ ବନ୍ୟଜନ୍ତୁଙ୍କର ଯିବା ଆସିବାର ବାଟ ଉପରେ ନଜର ରଖିବେ। ବାଘଙ୍କ ପାଦ, ରଙ୍ଗ, ଗଛରେ ରାମ୍ପୁଡା ଦାଗରୁ ତଥ୍ୟ ସଂଗ୍ରହ କରାଯିବ । ଜାନୁଆରୀ ୩୧ ସୁଦ୍ଧା ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ରକୁ ଦିଆଯିବ । ଶିମିଳିପାଳରେ ମୋଟ୍ ୨୦୦ଟି ବିଟ୍ ରହିଛି । ଆଉ ପ୍ରତି ବିଟରେ ୨-୩ କର୍ମଚାରୀ ଏହି ଗଣନା କାମରେ ନିୟୋଜିତ ହେବେ । କେବଳ ବାଘ ଗଣତିରେ ୭୦୦ରୁ ୮୦୦ ବନ କର୍ମଚାରୀ ନିୟୋଜିତ ରହିବେ । କେବଳ ବାଘ ଗଣତି ୨୫ରୁ ୪୦ ଦିନ ଚାଲିବ । ୨୦୨୧ରୁ ଏଯାବତ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇଛି ।