୪୯ତମ ଶତକରୁ ୧୨ ରନ ପଛରେ ରହିଗଲେ କୋହଲି, ଗିଲ ବି ୯୨ରେ ଆଉଟ

ନବୀନ ଓଡିଶା ବ୍ଯୂର .02.11.23
ଦିନିକିଆ କ୍ରିକେଟରେ ନୂଆ କୀର୍ତ୍ତିମାନ ହାସଲ କରିବା ଠାରୁ ୧୨ ରନ ପଛରେ ରହି ଯାଇଛନ୍ତି ଟିମ ଇଣ୍ଡିଆର ବ୍ୟାଟର ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷରେ ସେ ୮୮ ରନ କରି ଆଉଟ ହୋଇ ଯାଇଛନ୍ତି। ସେହିପରି ଓପନର ଶୁବମନ ଗିଲ୍ ମଧ୍ୟ ଶତକରୁ ବଞ୍ଚିତ ହୋଇଛନ୍ତି।
ସେ ମଧ୍ୟ ୯୨ ବଲରେ ୯୨ ରନ କରି ପ୍ୟାଭିଲିୟପ ଫେରିଛନ୍ତି। ଉଭୟଙ୍କ ୱିକେଟ ଶ୍ରୀଲଙ୍କାର ସବୁଠାରୁ ସଫଳ ବୋଲର ଦିଲସାନ ମଧୁଶଙ୍କା ନେଇଛନ୍ତି। ଏହାପୂର୍ବରୁ ସେ ଇନିଂସର ଦ୍ୱିତୀୟ ବଲରେ ଅଧିନାୟକ ରୋହିତ ଶର୍ମାଙ୍କ ୱିକେଟ ନେଇଥିଲେ। ବିରାଟ ଓ ଗିଲ ଆଉଟ ହେବା ପରେ ଏବେ କେଏଲ ରାହୁଲ ଏବଂ ଶ୍ରେୟସ ଆୟର ସ୍ଥିତି ସମ୍ଭାଳିଛନ୍ତି।
ଦଳୀୟ ସ୍କୋର ୪ ଥିବା ବେଳେ ଭାରତୀୟ ଟିମ ରୋହିତଙ୍କୁ ହରାଇଥିଲା। ଏହାପରେ ବିରାଟ ଓ ଗିଲ୍ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୧୮୭ ରନ ଭାଗିଦାରୀ ମଧ୍ୟ କରିଥିଲେ। ଗିଲ୍ ଅର୍ଦ୍ଧଶତକ ହାସଲ କରିବା ପରେ ବଡ଼ବଡ଼ ଶଟ ଖେଳିଥିଲେ। ବିରାଟ ମଧ୍ୟ ଆଦୌ ପଛରେ ପଡ଼ି ନଥିଲେ।