ଇଡି କାର୍ଯ୍ୟାଳୟରେ ଯୁବରାଜ

Sep 23, 2025 - 22:20
Sep 23, 2025 - 22:20
 7
ଇଡି କାର୍ଯ୍ୟାଳୟରେ ଯୁବରାଜ

ନବୀନ ଓଡିଶା ବ୍ଯୂର:ନୂଆଦିଲ୍ଲୀ,୨୩ା୯: ଭାରତର ପୂର୍ବତନ ଅଲ୍‌ରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କର ମଙ୍ଗଳବାର ଅନ୍‌ଲାଇନ୍‌ ବେଟିଂ ଆପ୍‌ ‘୧Xବେଟ୍‌’ ସହ ଜଡ଼ିତ ଟଙ୍କା ହେର୍‌ଫେର୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ବୟାନ ରେକର୍ଡ କରାଯାଇଛି।

୪୩ ବର୍ଷୀୟ ଯୁବି ଏକ ଧଳାରଙ୍ଗର ଟି-ଶାର୍ଟ ପିନ୍ଧି ମଧ୍ୟାହ୍ନ ୧୨ଟା ବେଳେ ଇଡି କାର୍ଯ୍ୟାଳୟରେ ନିଜ ଆଇନଗତ ଦଳ ସହ ପହଞ୍ଚିଥିଲେ। ସେଠାରେ ତଦନ୍ତକାରୀ ଅଧିକାରୀ ଯୁବିଙ୍କୁ ପ୍ରଶ୍ନ କରିବା ସହ ପ୍ରିଭେନ୍‌ଶନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ(ପିଏମ୍‌ଏଲ୍‌ଏ) ଅଧୀନରେ ତାଙ୍କ ବୟାନ ରେକର୍ଡ କରିଥିଲେ। ତାଙ୍କ ପୂର୍ବରୁ ରବିନ୍‌ ଉଥପ୍ପା, ସୁରେଶ ରାଇନା ଓ ଶିଖର ଧାଓ୍ବନଙ୍କ ଭଳି ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ସମାନ ମାମଲାରେ ଇଡି ପକ୍ଷରୁ ପଚାରଉଚରା କରାଯାଇଥିଲା।