ଯଦି ଅପରାଜିତା କ୍ଷମା ନମାଗନ୍ତି, ତେବେ ମାନହାନୀ ମକଦ୍ଦମା କରାଯିବ

ଭୁବନେଶ୍ୱର: କ୍ଷମା ମାଙ୍ଗନ୍ତୁ ସାଂସଦ ଅପରାଜିତା ଷଢଙ୍ଗୀ । ବିନା ପ୍ରମାଣରେ ମିଥ୍ୟା ଅଭିଯୋଗ କରୁଥିବାରୁ, ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରାଯିବ । ସାଂସଦ ଅପରାଜିତା ସଢଙ୍ଗୀଙ୍କ ଅଭିଯୋଗର ଜବାବ ରଖିଲେ ରୁଥିକା ପ୍ରଭାକରନଙ୍କ ଓକିଲ ମାନସ ମହାପାତ୍ର। ସବୁ ଜମି ଆଇନ ଅନୁସାରେ କିଣା ଯାଇଛି । ବେଆଇନ ଭାବେ ଜମି କିଣା ଯାଇନାହିଁ । କେତେ ଜମି କିଣା ଯାଇଛି ଅପରାଜିତା ତାହା ଜାଣି ନାହାନ୍ତି । କୌଣସି ତଥ୍ୟ ପ୍ରମାଣ ନଥାଇ ଜଣେ ଭଦ୍ର ମହିଳାଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି । ଜଣେ ଭାରତୀୟ ହିସାବରେ ଦେଶର ଯେ କୌଣସି ସ୍ଥାନରେ ସେ ଜମି କିଣି ପାରିବେ। ରୁଥିକାଙ୍କୁ ଜମି ଜବରଦଖଲକାରୀ କହି ତାଙ୍କ ସମ୍ମାନହାନୀ କରିଛନ୍ତି ଅପରାଜିତା । ସେଥିପାଇଁ ଅପରାଜିତାଙ୍କ ବିରୋଧରେ ଲିଗାଲ ନୋଟିସ ପଠାଯିବ। ଯଦି ଅପରାଜିତା କ୍ଷମା ନମାଗନ୍ତି, ତେବେ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି।