ବିଧାନସଭା : ଆଜି ଆସିବ ଅତିରିକ୍ତ ବଜେଟ୍

Sep 22, 2023 - 07:39
 1
ବିଧାନସଭା : ଆଜି ଆସିବ ଅତିରିକ୍ତ ବଜେଟ୍

ଭୁବନେଶ୍ୱର: ଶୁକ୍ରବାରଠୁ ବିଧାନସଭା ଅଧିବେଶନ ଆରମ୍ଭ  । ଅକ୍ଟୋବର ୪ ତାରିଖ ପର୍ୟ୍ୟନ୍ତ ଚାଲିବ  । ପ୍ରଥମ ଦିନରେ ହିଁ ଆସିବ ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । 
ଏହି ଅଧିବେଶନରେ ମାତ୍ର ୮ଟି କାର୍ୟ୍ୟ ଦିବସ ରହିଛି । ଏହି ସଂକ୍ଷିପ୍ତ ଅଧିବେଶନ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ସରଗରମ ରହିବ ବୋଲି ଆକଳନ କରାଯାଉଛି । ନିର୍ବାଚନକୁ ଆଉ ବେଶି ସମୟ ନଥିବାବେଳେ ଉଭୟ ବିରୋଧୀ ଦଳ ସରକାରଙ୍କୁ ଜୋରଦାର ଆକ୍ରମଣ କରିବାକୁ ପ୍ରସଙ୍ଗ ସଜାଇ ରଖିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳର ସବୁ ଆକ୍ରମଣକୁ ସାମ୍ନା କରିବା ସହ ପାଲଟା ଆକ୍ରମଣ ପାଇଁ ଶାସକ ଦଳ ମଧ୍ୟ ପ୍ରସ୍ତୁତି ଚଳାଇଛି । ଶନିବାର ଓ ରବିବାର ଛୁଟି ଥିବାବେଳେ ସୋମବାରଠାରୁ ଗୃହ ସରଗରମ ରହିବ ବୋଲି ଅନୁମାନ କରାଯାଉଛି । ଅକ୍ଟୋବର ୩ ତାରିଖରେ ବ୍ୟୟମଞ୍ଜୁରି ବିଲ୍‌ ଆଗତ ହେବ । ୪ ତାରିଖରେ ଅଧିବେଶନ ସରିବ ।

ସୂଚନାଯୋଗ୍ୟ ଯେ, ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ୨ଲକ୍ଷ ୩୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଘୋଷଣା ହୋଇଥିବା ବିଭିନ୍ନ ଯୋଜନାକୁ ନେଇ ଏହି ଅତିରିକ୍ତ ବଜେଟ୍‌ ଅଧିବେଶନ ୨ମାସ ପୂର୍ବରୁ ଆହୂତ ହୋଇଛି। ଅତିରିକ୍ତ ବଜେଟ ଆକାରରେ ପ୍ରାୟ ୨୦ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରସ୍ତାବ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବାର ସମ୍ଭାବନା ରହିଛି।