ନନ୍ଦନକାନନ ଆସିଲେ ୪ ଓଟପକ୍ଷୀ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ହାଇଦ୍ରାବାଦ ଚିଡିଆଖାନାରୁ ଆସିଛି ଗୋଟିଏ ଅଣ୍ଡିରା ଓ ତିନୋଟି ମାଈ ଓଟପକ୍ଷୀ । ଏହି ୬ ଓଟପକ୍ଷୀଙ୍କୁ ଜିରାଫ ଖୁଆଡ଼ ସମ୍ମୁଖ ଫିଡ଼ିଂ ଚ୍ୟାମ୍ବର ମଧ୍ୟରେ ରଖାଯାଇଛି । କିଛି ଦିନ ସେଠାରେ ରହିବା ପରେ ସେମାନଙ୍କୁ ପର୍ୟ୍ୟଟକ ଦେଖିବା ପାଇଁ ଛଡ଼ାଯିବ ।
ସେପଟେ ପ୍ରାଣୀ ଉଦ୍ୟାନର ୭୧ ନଂ ଖୁଆଡ଼ରେ ରହୁଥିବା ୪ଟି ଓଟପକ୍ଷୀଙ୍କ ମଧ୍ୟରୁ ଦୁଇଟି ମାଈ ଓଟପକ୍ଷୀଙ୍କର ମୃତ୍ୟୁ ପରେ ଖୁଆଡ଼ରେ ଏବେ ଦୁଇଟି ଅଣ୍ଡିରା ଓଟପକ୍ଷୀ ରହିଛନ୍ତି । ପ୍ରାଣୀ ଉଦ୍ୟାନରେ ଓଟପକ୍ଷୀ ମାନଙ୍କ ବଂଶ ବୃଦ୍ଧି ପାଇଁ କର୍ତ୍ତୃପକ୍ଷ ସେମାନଙ୍କୁ ମିଳନ କରିବାର ବ୍ୟବସ୍ଥା କରିଛନ୍ତି । ତେଣୁ ଆସିଥିବା ୪ଟି ଓଟପକ୍ଷୀ କିଛି ଦିନ ରହିବା ପରେ ସମସ୍ତଙ୍କୁ ଏକାଠି କରି ମିଳନ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି ।