ଆର୍ନ୍ତଜାତୀୟ ଫୋରମରେ ମହକିବ କୋରାପୁଟ କଫିର ସୁଗନ୍ଧ

କୋରାପୁଟ: ବେଙ୍ଗାଲୁରୁରେ ସେପ୍ଟେମ୍ବର ଆୟୋଜିତ ହେବାକୁ ଯାଉଛି ପଞ୍ଚମ ଅର୍ନ୍ତଜାତୀୟ କଫି ସମ୍ମିଳନୀ । ଏହି ସମ୍ମିଳନୀ ଇଣ୍ଟରନାସନାଲ କଫି ଅର୍ଗାନାଇଜେସନ୍, କଫି ବୋର୍ଡ ଅଫ୍ ଇଣ୍ଡିଆ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଏହା ଆୟୋଜିତ ହେଉଛି । ଏହି ସମ୍ମିଳନୀରେ ୮୦ଟି ଦେଶର ୨୪୦୦ରୁ ଉଦ୍ଧ୍ୱର୍ କଫି ଉଦ୍ୟୋଗୀ, ୨୦୮ ଜଣ ପ୍ରଦର୍ଶକ ଯୋଗଦେବେ । ଏହି ସମ୍ମିଳନୀରେ ୧୦ ହଜାରରୁ ଉଦ୍ଧ୍ୱର୍ ଅର୍ନ୍ତଜାତୀୟ ଓ ଭାରତୀୟ ପର୍ଯ୍ୟଟକ ଭାଗ ନେବେ । ଭାରତ ବର୍ଷରେ ୨୦୦ ବର୍ଷ ହେବ କଫିର ବଜାର ସୃଷ୍ଟି ହେଲାବେଳେ କୋରାପୁଟରେ ୩୫ ବର୍ଷ ହେବ କଫି ବ୍ୟବସାୟ କରାଯାଉଛି । କୋରାପୁଟ ମାଟି ଓ ଅନୁକୂଳ ପାଣିପାଗ ଯୋଗୁଁ କୋରାପୁଟ କଫିର ବିଶ୍ୱରେ ଚାହିଦା ବଢ଼ିବାରେ ଲାଗିଛି ।