ସେପ୍ଟେମ୍ବର ୩ରେ ଆସିବ ଅତିରିକ୍ତ ବଜେଟ

Aug 31, 2023 - 07:33
 0
ସେପ୍ଟେମ୍ବର ୩ରେ ଆସିବ ଅତିରିକ୍ତ ବଜେଟ

ଭୁବନେଶ୍ୱର :ସେପ୍ଟେମ୍ବର ୩ରେ ଆସିବ ଅତିରିକ୍ତ ବଜେଟ । ସେପଟେ  ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ । ଅକ୍ଟୋବର ୪ ଯାଏଁ ଚାଲିବ ମୌସୁମୀ ଅଧିବେଶନ । ଏଥର ଅଧିବେଶନରେ ମୋଟ ୧୩ ଦିନର କାର୍ୟ୍ୟ ଦିବସ ରହିଛି । ଏନେଇ ବିଧାନସଭା ସୁତ୍ରରୁ ମିଳିଛି ସୂଚନା ।

ଖବର ଅନୁଯାୟୀ, ସେପ୍ଟେମ୍ବର ୨୧ରେ ପ୍ରଥମେ ବାଚସ୍ପତି ନିର୍ବାଚନ ହେବ । ସେପ୍ଟେମ୍ବରରେ ନାମାଙ୍କନ ଦାଖଲ ପାଇଁ ତାରିଖ ଧାର୍ୟ୍ୟ କରାଯାଇଛି । ତେବେ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ନେଇ ସୂଚନା ମିଳିଛି । ଏହାପରେ ସେପ୍ଟେମ୍ବର ୨୨ରେ ମୌସୁମୀ ଅଧିବେଶନର ଆରମ୍ଭ ହେବ । ଏହି ଅଧିବେଶନରେ ମୋଟ ୧୩ ଦିନର କାର୍ୟ୍ୟ ଦିବସ ରହିଛି ।  ସେପ୍ଟେମ୍ବର ୩ରେ ଆସିବ ଅତିରିକ୍ତ ବଜେଟ । ଏନେଇ ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।

ସେପଟେ ପରବର୍ତ୍ତୀ ବାଚସ୍ପତି କିଏ ହେବ ? ସେନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ଜଣେ ମହିଳାଙ୍କ ରାଜ୍ୟର ପରବର୍ତ୍ତୀ ବାଚସ୍ପତି ହେବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିଛି । ବାଚସ୍ପତି ପଦରୁ ବିକ୍ରମ ଆରୁଖଙ୍କ ଇସ୍ତଫା ଦେବା ପରଠାରୁ ଖାଲି ପଡିଛି ଏହି ପଦ ।