ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ

Aug 31, 2023 - 07:34
 3
ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ଵର : ସେପ୍ଟେମ୍ବର ୨୧ରେ ପ୍ରଥମେ ବାଚସ୍ପତି ନିର୍ବାଚନ ହେବ। ସେପ୍ଟେମ୍ବରରେ ନାମାଙ୍କନ ଦାଖଲ ପାଇଁ ତାରିଖ ଧାର୍ୟ୍ୟ କରାଯାଇଛି । ତେବେ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ନେଇ ସୂଚନା ମିଳିଛି । ଏହାପରେ ସେପ୍ଟେମ୍ବର ୨୨ରେ ମୌସୁମୀ ଅଧିବେଶନର ଆରମ୍ଭ ହେବ ।  

ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଅକ୍ଟୋବର ୪ ଯାଏଁ ଚାଲିବ ଅଧିବେଶନ । ଏଥର ମୋଟ ୧୩ ଦିନର କାର୍ୟ୍ୟ ଦିବସ ରହିଛି । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ଏହି ଅଧିବେଶନରେ ମୋଟ ୧୩ ଦିନର କାର୍ୟ୍ୟ ଦିବସ ରହିଛି । 

ସେପଟେ ପରବର୍ତ୍ତୀ ବାଚସ୍ପତି କିଏ ହେବ ? ସେନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ଜଣେ ମହିଳାଙ୍କ ରାଜ୍ୟର ପରବର୍ତ୍ତୀ ବାଚସ୍ପତି ହେବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିଛି । ବାଚସ୍ପତି ପଦରୁ ବିକ୍ରମ ଆରୁଖଙ୍କ ଇସ୍ତଫା ଦେବା ପରଠାରୁ ଖାଲି ପଡିଛି ଏହି ପଦ ।