ହୀରାକୁଦ ଜଳଭଣ୍ଡାରରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

Aug 29, 2023 - 07:51
 2
ହୀରାକୁଦ ଜଳଭଣ୍ଡାରରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

ଲଖନପୁର : ହୀରାକୁଦ ଜଳଭଣ୍ଡାରରୁ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର। ବନହରପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ପଞ୍ଚନାମା କରିବା ପରେ ବ୍ୟବଛେଦ ନିମନ୍ତେ ପଠାଇଥିଲେ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସୂଚନା ମୁତାବକ, ହୀରାକୁଦ ଜଳଭଣ୍ଡାର ଉପକୂଳବର୍ତ୍ତୀ ବନହରପାଲି ଥାନା ଅନ୍ତର୍ଗତ ତିଲିଆ ପଞ୍ଚାୟତର ମାରଙ୍ଗ ଡଙ୍ଗା ଘାଟ ନିକଟରେ ଏକ ଯୁବକଙ୍କ ଗଳିତ ଶବ ଭାସୁଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେବାପରେ ପୁଲିସ  ଓ ବନହରପାଲି ଅଗ୍ନୀଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ପ୍ରାଥମିକ ତଦନ୍ତରୁ ଶବଟିର ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଇଥିବା ବେଳେ ପ୍ରାୟ ସପ୍ତାହକ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।