ଫୁଟବଲ ଷ୍ଟାଡିୟମରେ ଦଳାଚକଟା; ୧୨ ମୃତ

Aug 26, 2023 - 06:55
 2
ଫୁଟବଲ ଷ୍ଟାଡିୟମରେ ଦଳାଚକଟା; ୧୨ ମୃତ

ଆନଣ୍ଟାନାରିଭୋ: ଆଫ୍ରିକୀୟ ଦେଶ ମାଡାଗାସ୍କାରର ଏକ ଷ୍ଟାଡିୟମରେ ଦଳାଚକଟା ହୋଇଛି । କ୍ରୀଡାପ୍ରେମୀଙ୍କ ମଧ୍ୟରେ ଦଳଚକଟା ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି । ଶୁକ୍ରବାର କିଆଞ୍ଜା ବାରିଆ ମହାମାସିନା ଷ୍ଟାଡିୟମରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଇଣ୍ଡିଆନ ଓସେନ ଆଇଲାଣ୍ଡ ଗେମ୍ସର ଉଦଘାଟନୀ ସେରିମନି ଦେଖିବାକୁ ଷ୍ଟାଡିୟମ ଭିତରକୁ ଏକା ସାଙ୍ଗରେ ୫୦ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ପ୍ରବେଶ ସମୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ସ୍ଥାନୀୟ ଗଣମାଧ୍ୟମ ଏନେଇ ରିପୋର୍ଟ କରିଛି ।
ମାଡାଗାସ୍କାର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟିଆନ ନଟସେ ଆନଣ୍ଟାନାରିଭୋ ଏକ ଡାକ୍ତରଖାନାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କର ମୃତ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି ।