ଏକ୍ସ’ରେ ମସ୍କ କରିବେ ବଡ଼ ଧରଣର ପରିବର୍ତ୍ତନ

Oct 8, 2023 - 06:47
 5
ଏକ୍ସ’ରେ ମସ୍କ କରିବେ ବଡ଼ ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟ୍ୱିଟର)ର ମାଲିକ ଏଲନ ମସ୍କ ଏଥିରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଟାଇମଲାଇନକୁ ସଫାସୁତୁରା ଦେଖାଇବା ପାଇଁ ଉଦ୍ୟମ କରୁଥିବାବେଳେ ହେଡଲାଇନ୍ସ ହଟାଇ ଦେଇଛନ୍ତି। ଏବେ ସୁଧାରରେ ରିପ୍ଲାଇ, ରିଟ୍ୱିଟ୍‌ ଓ ଲାଇକ୍ ସଂଖ୍ୟା ମଧ୍ୟ ଲୁଚାଇବାକୁ ଉଦ୍ୟମ ହେଉଛି।

ଗତ ସପ୍ତାହରେ ମସ୍କ ପୋଷ୍ଟ କରାଯାଇଥିବା ଆର୍ଟିକ୍ଲ ଲିଂକରୁ ଏମ୍ବେଡେଡ ହେଡଲାଇନ୍ସ ଓ ଲିଡ କପି ହଟାଇଥିଲେ। ଏଥିରୁ ସଫାସୁତରା ଲୁକ ମିଳୁଥିବାର ମସ୍କ କହିଛନ୍ତି। ତେବେ ମସ୍କଙ୍କ ଦ୍ୱାରା ୟୁଆରଏଲ ଦିଆଯିବା ଓ ହେଡଲାଇନ ହଟାଇବା ନେଇ ଏବେ ପ୍ରଶ୍ନ କରାଯାଉଛି। କୁହାଯାଉଛି ଏହା ଦ୍ୱାରା କଣ୍ଟେଣ୍ଟରେ ୟୁଜର କମ୍ କ୍ଲିକ୍ କରିବେ। ଟ୍ୱିଟରରେ ଖବର ସେୟାର କରିବା ଯୋଗୁ ମିଳୁଥିବା କ୍ଲିକ୍‌ ଦର ପ୍ରଥମରୁ ଖରାପ ରହିଛି। ଏଥିରେ ହେଡଲାଇନ୍ସ ହଟାଇ ଦିଆଯିବା ଏହି ସଂଖ୍ୟାକୁ ଆହୁରି ହ୍ରାସ କରିବ। ଏଥିରେ ଏଲନ ମସ୍କ ତାଙ୍କ ସବସ୍କ୍ରାଇବର ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ସେ ଟାଇମ ଲାଇନରେ ଦେଖାଯାଉଥିବା ପୋଷ୍ଟ ଉପରେ ରିପ୍ଲାଇ, ରିଟ୍ୱିଟ୍‌ ଓ ଲାଇକ୍ ସଂଖ୍ୟା ହଟାଇବାକୁ ମଧ୍ୟ ଯୋଜନା କରୁଛନ୍ତି।

ତେବେ ମସ୍କ ସଂଖ୍ୟା ହଟାଇବାକୁ ଚାହୁଁଛନ୍ତି ନା ଶବ୍ଦର ବଟନ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ସେବେ ସୋସିଆଲ ମିଡିଆ ୟୁଜରଙ୍କ କହିବା କଥା ଏହା ଦ୍ୱାରା ସାଇଟ୍‌ର ସ୍ଥିତିକୁ ଅଧିକ ଖରାପ କରିବ। ଯଦି ଆପଣ କରୁଥିବା ଟ୍ୱିଟ୍‌ ମେଗା ଭାଇରାଲ ହୋଇଗଲା ବା ଏହା ଉପରେ ମାତ୍ର ୩ଟି ଲାଇକ୍ ମିଳିଲା ତାହା ଜାଣିବାର ଆଉ ସୁଯୋଗ ମିଳିବ ନାହିଁ।