ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର

ନବୀନ ଓଡିଶା ବ୍ଯୂର: ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତକୁ ନେଇ ଆଜି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଣିକି ଆୟୁଷ୍ମାନ ଭାରତ ଯୋଜନାରେ ଯୋଡ଼ି ହେବେ ନୂଆ ହିତାଧିକାରୀ। ଏବେ ୭୦ ବର୍ଷ ବୟସ୍କ ସବୁ ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ସେବାର ସୁବିଧା ପାଇବେ।
ସେମାନଙ୍କ ଆର୍ଥିକ ସ୍ଥିତି ଯାହା ହେଉ ନା କାହିଁକି, ସେମାନେ ଆୟୁଷ୍ମାନ ଭାରତର ଫାଇଦା ହାସଲ କରିପାରିବେ। ଏନେଇ ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏପରି ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାର ଗୋଟିଏ ବିବୃତିରେ କହିଛନ୍ତି, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବିପିଏମ-ଜେଏୱାଇ) ୪.୫ କୋଟି ପରିବାରକୁ ଫାଇଦା ଦେବେ।