ସରିଲା ବିଧାନସଭାର ବଜେଟ ଅଧିବେଶନ, ପାରିତ ହୋଇଛି ୨ଟି ବିଲ୍

Sep 11, 2024 - 23:00
Sep 11, 2024 - 23:01
 6
ସରିଲା ବିଧାନସଭାର ବଜେଟ ଅଧିବେଶନ, ପାରିତ ହୋଇଛି ୨ଟି ବିଲ୍

ନବୀନ ଓଡିଶା ବ୍ଯୂର: ଭୁବନେଶ୍ବର, ୧୧।୯ : ସରିଲା ବିଧାନସଭାର ବଜେଟ ଅଧିବେଶନ। ନୂଆ ସରକାରର ଏହା  ପ୍ରଥମ ଅଧିବେଶନ ଥିଲା। ଏହି ଅଧିବେଶନରେ ୨୬ଟି କାର୍ଯ୍ୟ ଦିବସ ଥିଲା। ଏଥିରେ  ଦୁଇଟି ଵିଲ ପାରିତ ହୋଇଛି। ଦ୍ରବ୍ୟ ଓ ସେବା କର ଵିଲ ସଂଶୋଧିତ ହୋଇଛି । ସେହିପରି  ବିନିଯୋଗ ଵିଲ ପାରିତ ହୋଇଛି। ବିଭିନ୍ନ ବିଭାଗ ର ଖର୍ଚ୍ଚ ଦାବି ଆଲୋଚନା ହୋଇଛି। ଓଡିଶାରେ  ବହୁ ବର୍ଷ ପରେ ପୂର୍ଣ୍ଣ କାଳୀନ ଅଧିବେଶନ ହୋଇଛି  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜୁଲାଇ ୨୨ ତାରିଖରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା।  ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ। ଏପରିକି ବାଚସ୍ପତିଙ୍କୁ ଗୃହ ମୁଲତବୀ କରିବାକୁ ପଡିଥିଲା।  ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବା ସହ  ଓ ୬ଟି ସିଏଜି ରିପୋର୍ଟ  ଉପସ୍ଥାପନ କରାଯାଇଛି।

ଗୃହର ଶେଷ ଦିବସରେ ନିନ୍ଦା ପ୍ରସ୍ତାବ ସଂସଦୀୟ ବ୍ୟାପାର ମନ୍ତ୍ରୀ  ଆଗତ କରିଥିଲେ । ଗୃହରେ ବିଶୃଙ୍ଖଳା  ପାଇଁ କଂଗ୍ରେସ ତାରା ପ୍ରସାଦ ବାହିନୀପତି, ବିଜେଡ଼ି ବିଧାୟକ ବ୍ରଜ ପ୍ରଧାନ ଏବଂ ଧ୍ରୁବ ସାହୁଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ। ନିନ୍ଦା ପ୍ରସ୍ତାବକୁ ବିରୋଧ କରି ଉଭୟ ବିଜେଡ଼ି ଓ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ । ଏପିରିକି ପୋଡିୟମ ତଳେ ବିଧାୟକ ଧ୍ରୁବ ସାହୁ  ଧାରଣା ଦେଇଥିଲେ।