‘ଜେଲର’ର ପ୍ରଯୋଜକ ବାଣ୍ଟୁଛନ୍ତି କାର

Sep 5, 2023 - 14:00
 5
‘ଜେଲର’ର ପ୍ରଯୋଜକ ବାଣ୍ଟୁଛନ୍ତି କାର

ଚେନ୍ନାଇ: ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ସାରା ବିଶ୍ୱରେ ୬୦୦ କୋଟିରୁ ଅଧିକ ଟଙ୍କା କଲେକ୍ସନ କରିଛି। ଏହା ରଜନୀକାନ୍ତଙ୍କ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଏହାପୂର୍ବରୁ, ୨୦୧୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘୨.୦’ ୭୨୦ କୋଟି ଟଙ୍କା ସଂଗ୍ରହ କରିଥିଲା। ‘ଜେଲର’ର ସଫଳତା ଉପରେ ଫିଲ୍ମର ନିର୍ମାତା କାଲାନିଥୀ ମାରାନ ରଜନୀକାନ୍ତଙ୍କୁ ବିଳାସପୂର୍ଣ୍ଣ ବିଏମଡବ୍ଲ୍ୟୁ ଏକ୍ସ୭ ଏବଂ ଚାରି ଦିନ ପୂର୍ବରୁ ନିର୍ଦ୍ଦେଶକ ନେଲସନଙ୍କୁ ପୋର୍ସେ କାର ଉପହାର ଦେଇଥିଲେ।

ଏହି କାରଗୁଡିକର ମୂଲ୍ୟ କୋଟି କୋଟି ଟଙ୍କା ହୋଇଥିବାବେଳେ ବର୍ତ୍ତମାନ କାଲାନିଥୀ ମାରାନ ‘ଜେଲର’ର ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କୁ ମଧ୍ୟ ୧.୫ କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ପୋର୍ସେ କାର ଉପହାର ଦେଇଛନ୍ତି। ଏହା ବ୍ୟତୀତ ସେ ଅନିରୁଦ୍ଧଙ୍କୁ ଏକ ଚେକ୍ ମଧ୍ୟ ଦେଇଛନ୍ତି। ବାସ୍ତବରେ ସନ ପିକ୍ଚର୍ସ ପକ୍ଷରୁ ଅନିରୁଦ୍ଧଙ୍କୁ ଦିଆଯାଇଥିବା କାରର ଏକ ଭିଡିଓ ଟ୍ୱିଟରରେ ସେୟାର କରାଯାଇଛି |