ସୁନ୍ଦର ତ୍ୱଚା ପାଇଁ ଟମାଟୋ

Sep 5, 2023 - 14:03
 6
ସୁନ୍ଦର ତ୍ୱଚା ପାଇଁ ଟମାଟୋ

ସୁନ୍ଦର ତ୍ୱଚା ପାଇଁ କିଛି ଘରୋଇ ଓ ସହଜ ଉପାୟ ରହିଛି,ଯାହା ଦ୍ୱାରା ତ୍ୱଚା ଚମକିବା ସହ ସୁନେଲି ରଙ୍ଗ ଓ ଉଜ୍ଜ୍ୱଳ ହୋଇଥାଏ। ସେଭଳି ଏକ ଜିନିଷ ହେଉଛି ଟମାଟୋ। ଏହା ମୃତ କୋଷିକାକୁ ହଟାଇବା ସହ ସନ୍‍ ଟାନ୍‍ ଦୂର କରିଥାଏ। ଏଲୋବେରା ଜେଲ୍‍ ଓ ୧ ଚାମଚ କାକୁଡି ରସ ମିଶାଇ ଏହାକୁ ମୁହଁରେ ଲଗାଇ ୩୦ ମିନିଟ ରଖି ଧୋଇ ଦିଅନ୍ତୁ। 

ମହୁ ତ୍ୱଚାକୁ ସୁନେଲି ରଙ୍ଗ କରିବା ସହ ଟମାଟୋ ସନ୍‍ ଟାନ୍‍ ଦୂର କରିଥାଏ। ଏକ ଚାମଚ ମହୁରେ ଏକ ଚାମଚ ଟମାଟୋ ରସ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍‍ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କରନ୍ତୁ। 

ଟମାଟୋ ଓ ଅମୃତଭଣ୍ଡାକୁ ମିଶାଇ ଲଗାଇବା ଦ୍ୱାରା ଏହା ବୟସର ପ୍ରଭାବକୁ କମ କରିଥାଏ ଓ ତ୍ୱଚାରୁ ବିିଭିନ୍ନ ଦାଗ ଦୂର କରିଥାଏ। ୨ ଚାମଚ ଟମାଟୋ ରସ ସହ ଅଳ୍ପ ଅମୃତଭଣ୍ଡାକୁ ପେଷି ଏହାକୁ ଭଲ ଭାବେ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ମୁହଁରେ ଲଗାଇ ୧୫ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ। ଏହାକୁ ମଧ୍ୟ ସପ୍ତାହକୁ ୨ ଥର ଲଗାଇ ପାରିବେ।