ନବୀନଙ୍କ ଅନୁମୋଦନ: ମ୍ୟୁନିସିପାଲ ଇଂଜିନିୟରିଂ କ୍ୟାଡରରେ ୧୯୩ ଅତିରିକ୍ତ ପଦବୀ ସୃଷ୍ଟି

Oct 20, 2023 - 08:24
 6
ନବୀନଙ୍କ ଅନୁମୋଦନ: ମ୍ୟୁନିସିପାଲ ଇଂଜିନିୟରିଂ କ୍ୟାଡରରେ ୧୯୩ ଅତିରିକ୍ତ ପଦବୀ ସୃଷ୍ଟି

ଭୁବନେଶ୍ୱର: ଓଡ଼ିଶା ମ୍ୟୁନିସିପାଲ ଇଂଜିନିୟରିଂ କ୍ୟାଡରରେ ୧୯୩ ଟି ଅତିରିକ୍ତ ପଦବୀ ସୃଷ୍ଟି ହୋଇଛି। ଜନସାଧାରଣଙ୍କୁ ସହରାଞ୍ଚଳର ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ‘୫-ଟି’ ଆଧାରରେ ମ୍ୟୁନିସିପାଲ ଇଂଜିନିୟରିଂ ସେବାର ଉପଯୁକ୍ତ ବିନିଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୧୯୩ ଟି ଅତିରିକ୍ତ ସିଭିଲ ଇଂଜିନିୟର ପଦକୁ ଅନୁମୋଦନ କରିଛନ୍ତି। ବିଭିନ୍ନ ପଦବୀରେ ନବନିଯୁକ୍ତ ହୋଇଥିବା ଯନ୍ତ୍ରୀମାନେ ସହରାଞ୍ଚଳର ରୂପାନ୍ତରଣ କାର୍ୟ୍ୟକ୍ରମକୁ ଆଗେଇବା ପାଇଁ ବିଭିନ୍ନ ପୌରସଂସ୍ଥାରେ କାର୍ୟ୍ୟ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। ରାଜ୍ୟର ସହରାଞ୍ଚଳବାସୀଙ୍କୁ ଉନ୍ନତ ପରିମଳ ବ୍ୟବସ୍ଥା ସହି ଉନ୍ନତ ରାସ୍ତା, ଡ୍ରେନ୍‌‌ ଓ ଷ୍ଟ୍ରିଟ୍‌‌ ଲାଇଟ୍‌‌ ଆଦିର ସେବା ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କାର୍ୟ୍ୟରେ ଇଂଜିନିୟରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ରାଜ୍ୟ ସରକାର ଏହି ନିଯୁକ୍ତିକୁ ଗୁରୁତ୍ୱ ଦେଉଛନ୍ତି।