ପରିବାର ଆଗରେ ୩ ମହିଳାଙ୍କୁ ଗଣବଳାତ୍କାର;ଅଭିଯୁକ୍ତ ଫେରାର 

Sep 22, 2023 - 08:48
 2
 ପରିବାର ଆଗରେ ୩ ମହିଳାଙ୍କୁ ଗଣବଳାତ୍କାର;ଅଭିଯୁକ୍ତ ଫେରାର 

ହରିୟାଣାର ପାନିପଥରେ ଗତ ରାତିରେ ଘଟିଛି ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ପରିବାର ସଦସ୍ୟଙ୍କ ଆଗରେ ଘରର ୩ ମହିଳାଙ୍କୁ ଗଣବଳାତ୍କାର କଲେ ୪ ଦୁର୍ବୃତ୍ତ । ଏହି ସମୟରେ ସେମାନେ ଘରର ପୁରୁଷ ଲୋକଙ୍କୁ ରଶିରେ ବାନ୍ଧି ଦେଇଥିଲେ । ପ୍ରାୟ ଅଢେଇ ଘଣ୍ଟା କାଳ ଏପରି ଅମାନବୀୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଘରୁ ଟଙ୍କା, ସୁନା ଲୁଟ୍‌ କରି ଫେରାର ହୋଇ ଯାଇଛନ୍ତି । ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ସନ୍ଧାନ ପାଇପାରିନି ।

ପୀଡିତା ମହିଳାମାନେ କରିଥିବା ଅଭିଯୋଗ ଅନୁଯାୟୀ, ବୁଧବାର ରାତି ପ୍ରାୟ ଗୋଟାଏ ପରେ ୪ ଯୁବକ ମାରଣାସ୍ତ୍ର ଧରି ସେମାନଙ୍କ ଘରେ ପଶିଥିଲେ । ସେମାନେ ନିଜ ମୁହଁକୁ ରୁମାଲରେ ବାନ୍ଧି ଦେଇଥିବା ବେଳେ ଛୁରୀ ଦେଖାଇ ପରିବାରର ପୁରୁଷ ଲୋକଙ୍କୁ ବାନ୍ଧି ଦେଇଥିଲେ । ସେମାନେ ମହିଳାମାନଙ୍କୁ ପ୍ରାୟ ଅଢେଇ ଘଣ୍ଟା କାଳ ଗଣବଳାତ୍କାର କରିଥିଲେ । ଏପରିକି ପାଟି କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହାପରେ ସେମାନେ ଫେରାର ହେବା ପୂର୍ବରୁ ଘରୁ ସମସ୍ତ ଟଙ୍କା ଓ ଗହଣା ଲୁଟି ପଳାଇଥିଲେ ।

କିଛି ସମୟ ପରେ ଘଟଣାସ୍ଥଳରୁ ପ୍ରାୟ ୧ କିମି ଦୂରରେ କିଛି ଦୁର୍ବୃତ୍ତ ଜଣେ ରୋଗାକ୍ରାନ୍ତ ମହିଳାଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୃତ୍ୟୁ ହୋଇଥିଲା । ସେମାନେ ତାଙ୍କ ଘରୁ ମୋବାଇଲ ଓ ନଗଦ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ।