ଭାରତୀୟ ଖାଉଛନ୍ତି ଅଧିକ ଲୁଣ

Sep 27, 2023 - 08:03
 4
ଭାରତୀୟ ଖାଉଛନ୍ତି ଅଧିକ ଲୁଣ

ନୂଆଦିଲ୍ଲୀ: ଭାରତୀୟମାନେ ଅଧିକ ଲୁଣ ଖାଉଛନ୍ତି। ଦିନକୁ ୫ ଗ୍ରାମ ଲୁଣ ଖାଇବା ଉପଯୁକ୍ତ ବିଚାର କରାଯାଉଥିବା ବେଳେ ଭାରତୀୟମାନେ ତା’ଠାରୁ ଅଧିକ ୮ ଗ୍ରାମ ଲୁଣ ଖାଉଛନ୍ତି। ସୋଡିୟମ୍ ଉପାଦାନ ଥିବା ଲୁଣ ଅଧିକ ଖାଇଲେ ରକ୍ତଚାପ ବୃଦ୍ଧି ପାଏ। ତାହାର ପ୍ରଭାବରେ ଲୋକମାନେ ହୃଦଘାତର ଶିକାର ହେବା ଆଶଙ୍କା ରହିଛି। ଅଣ-ସଂକ୍ରାମକ ରୋଗ ନିରୀକ୍ଷଣ ସର୍ବେକ୍ଷଣ ଅଧୀନରେ ୩୦୦୦ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ପରିସ୍ରାରେ ଶରୀର ବାହାରକୁ ଆସୁଥିବା ସୋଡିୟମ୍ ପରିମାଣକୁ ସେଥି‌ରେ ଯାଞ୍ଚ କରାଯାଇଥିଲା।

ଭାରତରେ ସବୁ ବର୍ଗର ଲୋକମାନେ ନିର୍ଧାରିତ ସୀମାଠାରୁ ଅଧିକ ଲୁଣ ଖାଉଛନ୍ତି। ପୁରୁଷମାନେ ଦୈନିକ ୮.୯ ଗ୍ରାମ ଓ ମହିଳାମାନେ ୭.୯ ଗ୍ରାମ ଲୁଣ ଖାଉଛନ୍ତି। ନିଯୁକ୍ତି ପାଇଥିବା ଲୋକମାନେ ‌ଦିନକୁ ୮.୬ ଗ୍ରାମ ଲୁଣ ଖାଉଥିବା ବେଳେ ତମାଖୁ ସେବନକାରୀମାନେ ୮.୩ ଗ୍ରାମ, ‌ମେଦବହୁଳ ଲୋକମାନେ ୮.୫ ଗ୍ରାମ, ଉଚ୍ଚ ରକ୍ତଚାପ ସମସ୍ୟା ଥିବା ଲୋକମାନେ ୮.୫ ଗ୍ରାମ ଲୁଣ ଖାଉଛନ୍ତି। ରୋଜଗାରକ୍ଷମ ଥିବା ଲୋକଙ୍କ ତୁଳନାରେ ବେକାର ଥିବା ଲୋକମାନେ କମ୍ ଲୁଣ ଖାଉଛନ୍ତି। 

ବିଶ୍ବସ୍ତରରେ ଲୋକମାନେ ‌ଦିନକୁ ଅତିକମ୍‌ରେ ୧.୨ ଗ୍ରାମ ଲୁଣ ଖାଇବେ ତେବେ ରକ୍ତଚାପ ଚିକିତ୍ସା ଦରକାର କରୁଥିବା ଲୋକମାନଙ୍କ ସଂଖ୍ୟା ୫୦ ପ୍ରତିଶତ କମିଯିବ। ଲୋକମାନଙ୍କ ଭିତରେ ସଚେତନତା ସୃ‌ଷ୍ଟି କଲେ ଲୁଣ ବ୍ୟବହାର କମ୍ ହୋଇପାରିବ ବୋଲି ସେ କହିଛନ୍ତି। ଲୋକମାନେ ଖାଉଥିବା ଖାଦ୍ୟ ପଦାର୍ଥରେ ସୋଡିୟମ୍‌ର ମାତ୍ରା ଯେଭଳି ସୀମା ଭିତ‌ରେ ରହିବ ସେଥିପାଇଁ ନୀତି ନିୟମର ଆବଶ୍ୟକତା ରହିଛି।