ସ୍କ୍ରବ୍ ଟାଇଫସ୍ , ସୁନ୍ଦରଗଡ଼ରେ ଆଉ ୩ ପଜିଟିଭ୍

Oct 1, 2023 - 08:23
 5
ସ୍କ୍ରବ୍ ଟାଇଫସ୍ , ସୁନ୍ଦରଗଡ଼ରେ ଆଉ ୩ ପଜିଟିଭ୍

ସୁନ୍ଦରଗଡ଼: ଜିଲ୍ଲାରେ ଆଉ ୩ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ । ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇ ୨୯୫ରେ ପହଞ୍ଚିଛି । ୪୭ଟି ରକ୍ତ ନମୁନା ପରୀକ୍ଷା ପରେ ୩ଜଣ ଆକ୍ରାନ୍ତ ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଗାଁରେ ଲୋକମାନଙ୍କୁ ଡାକବାଜି ଓ ପାଲା ମାଧ୍ୟମରେ ସଚେତନ କରାଯାଉଛନ୍ତି । ତଥାପି ଦୈନିକ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି । ଏହା ଜିଲ୍ଲା ପ୍ରଶାସନ ଓ ମେଡିକାଲ ବିଭାଗର ଚିନ୍ତା ବଢ଼ାଇଛି ।  ଏହି ରୋଗ ପାଇଁ କେହି ଭୟଭୀତ ନ ହୋଇ ସଚେତନ ରୁହନ୍ତୁ ବୋଲି ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ଧରଣୀ ରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି । 

ସୁନ୍ଦରଗଡ଼ ପରେ କୋରାପୁଟ ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ସଂଖ୍ୟା ଆଶାତୀତ ବଢ଼ିଛି । ଏ ପର୍ୟ୍ୟନ୍ତ ମୋଟ ୧୫୩ ଜଣଙ୍କଠାରେ ଏହି ରୋଗ ଚିହ୍ନଟ ହୋଇଛି । ସେଥିରୁ କେବଳ ସେପ୍ଟେମ୍ବରରେ ସର୍ବାଧିକ ୧୫୦ ଜଣଙ୍କ ନମୁନା ପଜିଟିଭ୍‌ ଆସିଛି । ସର୍ବାଧିକ ରୋଗୀ କୋରାପୁଟରେ ଚିହ୍ନଟ ହୋଇଥିବାବେଳେ ତା’ପଛକୁ ରହିଛି ଜୟପୁର । ଏପର୍ୟ୍ୟନ୍ତ କୌଣସି ରୋଗାକ୍ରାନ୍ତଙ୍କ ମୃତ୍ୟୁ ହୋଇନି ।