ଝିଅର ସଫଳତା ସାଜିଲା ବାଧା : ଗୁଳିକରି ହତ୍ୟା କଲେ ବାପା
ନବୀନ ଓଡିଶା : ଗୁରୁଗ୍ରାମରେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ୨୫ ବର୍ଷୀୟା ରାଜ୍ୟସ୍ତରୀୟ ଟେନିସ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ବାପା ଗୁଳିକରି ହତ୍ୟା କରିଛନ୍ତି । ଗୁରୁଗ୍ରାମ ସେକ୍ଟର ୫୭ ସ୍ଥିତ ନିଜ ବାସଭବନର ପ୍ରଥମ ମହଲାରେ ଆଜି ପୂର୍ବାହ୍ନ ପ୍ରାୟ ୧୦.୩୦ ସମୟରେ ରାଧିକାଙ୍କ ବାପା ତାଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଛନ୍ତି । ପ୍ରାଥମିକ ସୂଚନାନୁଯାୟୀ ରାଧିକାଙ୍କ ବାପା ତାଙ୍କ ଉପରକୁ ଲଗାତାର ୩ ରାଉଣ୍ଡ୍ ଗୁଳି ଚଳାଇଥିଲେ । ଯୁବ ଖେଳାଳିଙ୍କୁ ଏହାପରେ ଗୁରୁତର ଅବସ୍ଥାରେ ନିକଟସ୍ଥ ଘରୋଇ ହସ୍ପିଟାଲ୍ ନିଆଯାଇଥିଲା ।
ପୁଲିସର କହିବା ଅନୁଯାୟୀ , ରାଧିକାଙ୍କ ବାପା ଦୀପକ କହିଛନ୍ତି ଯେ କିଛି ମାସ ହେବ ରାଧିକା ଏକ ଟେନିସ୍ ଏକାଡେମୀ ଖୋଲିଥିଲେ। ଏହା ପରେ ଲୋକମାନେ ମୋତେ ଟାହିଟାପରା କରିବା ଆରମ୍ଭ କରିଦେଲେ । ସମସ୍ତେ କହିଲେ କି ମୁଁ ମୋ ଝିଅର ରୋଜଗାର ଖାଉଛି । ସେଥିପାଇଁ ରାଧିକାକୁ ବାଧ୍ୟ କରୁଥିଲେ ଏକାଡେମୀ ବନ୍ଦ କରିବାକୁ କିନ୍ତୁ ଝିଅ ନ ମାନିବାରୁ ସେ କ୍ରୋଧିତ ହୋଇ ରାଧିକାଙ୍କୁ ଗୁଳି କରିଥିବା ମାନିଛନ୍ତି । କିନ୍ତୁ ଏହାକୁ ସାଧାରଣତଃରେ କେହି ଗ୍ରହଣ କରିପାରୁ ନାହାନ୍ତି ।