କାନାଡା ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ଭାରତ

Sep 19, 2023 - 15:38
 3
କାନାଡା ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲା ଭାରତ

ନୂଆଦିଲ୍ଲୀ: ଭାରତୀୟ କୁଟନୀତିଜ୍ଞଙ୍କୁ ବହିଷ୍କାର ପରେ କାନାଡା ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛି ଭାରତ । ଭାରତରେ ଅବସ୍ଥାପିତ କାନାଡାର ହାଇ କମିଶନରଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତାଙ୍କୁ ଭାରତ ଛାଡିବାକୁ ପାଞ୍ଚ ଦିନ ସମୟ ଦିଆଯାଇଛି । ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜରର ହତ୍ୟା ମାମଲାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାରତ-କାନାଡା । ନିଜରର ହତ୍ୟାକାଣ୍ଡରେ ଭାରତ ସମ୍ପୃକ୍ତ ଅଛି ବୋଲି ଅଭିଯୋଗ କରି କାନାଡା ପକ୍ଷରୁ ସୋମବାର ଦିନ ଭାରତର ଜଣେ ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ବହିଷ୍କାର ନିର୍ଦ୍ଦେଶ ଦିଆଯାଇଥିଲା । କାନାଡାର ଏହି କାର୍ଯ୍ୟାନୁଷ୍ଠାନର ଉତ୍ତରରେ ଭାରତ ମଧ୍ୟ କାନାଡାର ଜଣେ ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଦେଇଛି । ଭାରତରେ କାନାଡାର ହାଇ କମିଶନର ଥିବା କାମେରୁନ ମ୍ୟାକେଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ଏବଂ କାନାଡାର ରାଷ୍ଟ୍ରଦୂତ ପାଞ୍ଚ ଦିନ ମଧ୍ୟରେ ଭାରତ ଛାଡି ଚାଲିଯବା ପାଇଁ କାନାଡା ହାଇ କମିଶନରଙ୍କୁ ଜଣାଇଦିଆଯାଇଛି ।