ପାରାଦ୍ୱୀପରେ ଓଲଟିଲା ଡଙ୍ଗା

ପାରାଦ୍ୱୀପ: ପାରାଦ୍ୱୀପ ମୁହାଣରେ ଏକ ମାଛଧରା ଡଙ୍ଗା ଓଲଟି ପଡ଼ିଥିବା ଜଣାପଡ଼ିଛି । ଡଙ୍ଗାରେ ୭/୮ଜଣ ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାରାଦ୍ୱୀପର ନେହେରୁବଙ୍ଗଳା ନିକଟ ମହାନଦୀ ମୁହାଣ ମୁହରେ ଏକ ମାଛଧରା ବୋଟ ବୁଡ଼ିଯାଇଛି । ବୋଟ ବୁଡିଯିବା ପରେ ସେଥିରେ ଥିବା ପ୍ରାୟ ୫ଜଣ ମତ୍ସ୍ୟଜୀବୀ ଜୀବନ ବଞ୍ଚାଇବା ପାଇଁ ଡଙ୍ଗା ଉପରେ ଓ ଜାର୍ ସାହାଯ୍ୟରେ ଭାସୁଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ମେରାଇନ ପୁଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଜୋରରେ ଢେଉ ହେଉଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି ଓ ମହାନଦୀ ମୁହାଣ ମୁହଁରେ ଡଙ୍ଗା ବୁଡି ଘଟଣାରେ ୩ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ୫ ଜଣଙ୍କୁ ଉଦ୍ଧାର ପାଇଁ ଓମ୍ଫା ପକ୍ଷରୁ ହେଲିକାପ୍ଟର ସହାୟତା ଲୋଡ଼ାଯାଇଛି ।